କରୋନା ପାଇଁ କଇଁଚି ବନ୍ଦ: ବୃତ୍ତି ଚିନ୍ତାରେ ବାରିକ

ଭୁବନ, ୧୧।୫ (ବିପିନ ବିହାରୀ ସେଠୀ): ଜୀବନ ଆଉ ଜୀବିକା ମଝିରେ ଛିଡ଼ା ହୋଇଛି ଭୂତାଣୁ। ଦେଢ଼ମାସ ହେଲା ଦୋକାନରେ ଝୁଲୁଛି ତାଲା। କରୋନା ପାଇଁ ଚାଲୁନି କଇଁଚି। ହାତବାନ୍ଧି ବସିଛନ୍ତି ପାର୍ଲର, ସେଲୁନ ଦୋକାନୀ। ଲୋକଙ୍କୁ ନିରନ୍ତର ସେବା ଯୋଗାଇ ପେଟ ପୋଷୁଥିବା ଏହି ମେହନତି ମଣିଷଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ସରକାରୀସ୍ତରରେ କୌଣସି ସହାୟତା ଘୋଷଣା ନ ହେବା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ପେଟ ପାଇଁ ନିତି ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୨୮ ସେଲୁନ ଦୋକାନୀ।
ସମ୍ପୃକ୍ତ ଦୋକାନୀମାନେ କୌଳିକ ବୃତ୍ତିକୁ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି। କରୋନା ସଂକ୍ରମଣ ପ୍ରତିରୋଧ ଲାଗି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୧୯ରୁ ସମସ୍ତ ସେଲୁନ୍‌, ପାର୍ଲର ବନ୍ଦ ରହିଛି। ହେଲେ ପେଟ ପୋଷିବାର ମୁଖ୍ୟ ମାଧ୍ୟମ ବନ୍ଦ ହୋଇଯିବାପରେ ଉପୁଜିଛି ସମସ୍ୟା। ଗ୍ରାମାଞ୍ଚଳର କାରିଗରମାନେ ଘରକୁ ଘର ବୁଲି ସେବା ଯୋଗାଇ ଦେଉଛନ୍ତି। ହେଲେ ସହରାଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଥିବାରୁ ସମ୍ପୃକ୍ତ ସେଲୁନ୍‌ ଦୋକାନୀ ହାତବାନ୍ଧି ବସିଛନ୍ତି। ସହାୟତା ଯୋଗାଇ ଦେବାକୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ଗୁହାରି କେହି ଶୁଣୁ ନ ଥିବା ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଥିବାବେଳେ ସେଲୁନ୍‌ ଦୋକାନୀ ଏଥିରୁ ବାଦ୍‌ ପଡ଼ିବା କ୍ଷୋଭର ବିଷୟ ବୋଲି ଦୋକାନୀମାନେ କହିଛନ୍ତି।
ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, କେତେକ ସଙ୍ଗଠନ ପକ୍ଷରୁ ସେଲୁନ ଦୋକାନୀଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ଦିଆଯାଇଥିଲା। ହେଲେ ସରକାରଙ୍କ ପକ୍ଷରୁ ସେଲୁନ୍‌ ଦୋକାନୀଙ୍କ ଲାଗି କୌଣସି ସହାୟତା ଆସିନାହିଁ। ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

 

ଆମ ଗୁହାରି କେହି ଶୁଣୁନାହାନ୍ତି
ଲକ୍‌ଡାଉନ ଯୋଗୁ ପାଖାପାଖି ଦୁଇମାସ ହେଲା ଦୋକାନ ବନ୍ଦ। ଦୋକାନ ଖୋଲାଥିବା ସମୟରେ ଭଲ ବ୍ୟବସାୟ ହେଉଥିଲା। ପରିବାର ହସଖୁସିରେ ଚଳିଯାଉଥିଲା। ହେଲେ ଏବେ ଦୁଇଓଳି ଖାଇବାକୁ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଲାଣି। ଆମ ଗୁହାରି କେହି ଶୁଣୁନାହାନ୍ତି। ବାଧ୍ୟ ହୋଇ ଘରକୁ ଘର ବୁଲି କେତେଜଣଙ୍କ ଚୁଟି କାଟି ଗୁଜୁରାଣ ମେଣ୍ଟାଉଛି।


– କରୁଣାକର ବାରିକ

୫ କର୍ମଚାରୀଙ୍କ ରୋଜଗାର ବନ୍ଦ
ଏକତାଳି ପଞ୍ଚାୟତରୁ ଆସି ଭୁବନ ଏନ୍‌ଏସିରେ ସେଲୁନ୍‌ କରିଛି। ଦୋକାନରେ ୫ଜଣ କାରିଗର କାମ କରୁଥିଲୁ। କରୋନା ସଂକ୍ରାମଣ ଭୟ ଥିବା କହି ସରକାର ଦୋକାନ ବନ୍ଦ କରିଦେଲେ। ସେହିଦିନଠାରୁ ବ୍ୟବସାୟ ଠପ୍‌। ସଞ୍ଚିତ ଅର୍ଥ ସରିଗଲାଣି। ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଛୁ। ସରକାର ନିଶ୍ଚୟ ଆମ କଥା ବିଚାର କରିବେ ବୋଲି ଆଶା ଅଛି।


– ଅଜୟ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri