କରୋନା ପ୍ରଭାବ: କର୍ମଚାରୀଙ୍କ ଦରମା କାଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ,୨୬।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯିବା ସହିତ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଦୈନଦିନ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ବହୁ ବ୍ୟବସାୟିକ ସଂସ୍ଥା, ଶପିଂ ମଲ୍‌ ଆଦିର କାରବାରରେ ବାଧା ଉପୁଜିଛି। ଏପରିସ୍ଥଳେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଜୋମାଟୋ ପକ୍ଷରୁ ଏହାର କର୍ମଚାରୀଙ୍କ ଦରମା କାଟ୍‌ କରାଯାଇଛି। କାରବାର ଆଶା ଜନକ ନ ଥିବାରୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜୋମାଟୋ ସିଇଓ ଦିପିନ୍ଦର ଗୋଏଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଭଳି ସଙ୍କଟ ଜନକ ସ୍ଥିତିର ମୁକାବିଲା ଲାଗି କମ୍ପାନୀ ପକ୍ଷରୁ କେତେକ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲଗାଇଦେଲେ ସେନା

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରରେ ଶନିବାର ସକାଳୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ଜାରି ରହିଥିଲା। ଗୋଟିଏ...

ରାଜନୈତିକ ଦଳଙ୍କୁ ଉପଦେଶ ଦେବା ପାଇଁ ଏତେ କୋଟି ଟଙ୍କା ଚାର୍ଜ କରନ୍ତି ପ୍ରଶାନ୍ତ କିଶୋର, ପିକେଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୨।୧୧: ରାଜନୈତିକ ରଣନୀତିକାରରୁ ଜନସୁରାଜ ପାର୍ଟିରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ବହୁ...

ମୋଦିଙ୍କ ଟେକ୍‌ନିକ୍‌ କପି କଲେ ଟ୍ରମ୍ପ! ପ୍ରଶଂସାରେ ପୋତି ପକାଇଲା ଇସ୍କନ

ନ୍ୟୁୟର୍କ,୨।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି। ଏହା ଉପରେ ଆମେରିକାରେ...

ରାହୁଲଙ୍କ ଭଣଜା ରେହନା ଭଦ୍ରା ରାଜନୀତିରେ କରିବେ କି ଏଣ୍ଟ୍ରି, ମିଳିଲା ସଙ୍କେତ!

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାହୁଲ ‘୧୦...

ରେକର୍ଡ ପରିମାଣର ସୁନା ଚାହିଦା

ନୂଆଦିଲ୍ଲୀ,୨।୧୧: ୱାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲ୍ୟୁଜିସି)ର ତ୍ରୈମାସିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟକୁ...

ଟିପିସିଓଡିଏଲ୍‌କୁ ଇନୋଭେସନ୍‌ ୱିଥ୍‌ ଇମ୍ପାକ୍ଟ ଆୱାର୍ଡ

ଭୁବନେଶ୍ୱର,୨।୧୧ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ...

ରେକର୍ଡ ପରିମାଣରେ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ଚଳିତ ଆର୍ଥିକ ବର୍ଷର ସପ୍ତମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ...

ଲେହରେ ଆନାଲୋଗ୍‌ ସ୍ପେସ୍‌ ମିଶନ ଆରମ୍ଭ

ନୂଆଦିଲ୍ଲୀ,୨ା୧୧: ଭାରତର ପ୍ରଥମ ଆନାଲୋଗ୍‌ ସ୍ପେସ୍‌ ମିଶନ ଶୁକ୍ରବାର ଲଦାଖର ଲେହଠାରେ ଆରମ୍ଭ ହୋଇଛି। ମହାକାଶ କେନ୍ଦ୍ର ଅନୁରୂପ ଏହି ମିଶନ ପୃଥିବୀ ବାହାରେ ବେସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri