ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣର ପ୍ରଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋଲି ମିଳନ ସମାରୋହ ଉପରେ ମଧ୍ୟ ପଡ଼ିଛି। ମୋଦି ଚଳିତ ଥର କୌଣସି ହୋଲି ମିଳନ ଉତ୍ସବରେ ଯୋଗଦେବାକୁ ମନା କରିଛନ୍ତି। ଏନେଇ ସେ ଟୁଇଟ୍ କରି କହିଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ମୋଦି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ମୋଦି କହିଛନ୍ତି ଯେ, ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଗହଳି ହେଉଥିବା ସ୍ଥାନରୁ ଦୂରେଇ ରହିବା କରୋନ ସଂକ୍ରମଣରୁ ସୁରକ୍ଷିତ ରଖିଥାଏ। ତେଣୁ ହୋଲି ମିଳନ ଉତ୍ସବରେ ଯୋଗଦେବେ ନାହିଁ। ମୋଦିଙ୍କ ସହିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମଧ୍ୟ ଚଳିତ ବର୍ଷ ହୋଲି ଉତ୍ସବରେ ଯୋଗ ନ ଦେବାକୁ ଟୁଇଟ୍ କରି ଜଣାଇଛନ୍ତି।