ଭୁବନେଶ୍ୱର,୬।୫(ବ୍ୟୁରୋ): ଗଞ୍ଜାମ ଜିଲାରେ ୩ଟି କରୋନା ପଜିଟିଭ୍ ମାମଲା ଆସିଛି। ଏହାକୁ ଦୃଷ୍ଟିରେ ରଖି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଓ ଆର୍ଏମ୍ଆର୍ସି ବୈଜ୍ଞାନିକଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ସର୍ଭେଲାନ୍ସ ଓ କଣ୍ଟେନ୍ମେଣ୍ଟ ଜୋନ୍ ଆଦି ତଦାରଖ କରିବ ବୋଲି ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
In view of the reporting of three #Covid19 positive cases in Ganjam, a team consisting of Director, Family Welfare and Scientist, RMRC, Bhubaneswar has been deputed to the district to supervise surveillance and containment measures. pic.twitter.com/zlE8zXjZz8
— H & FW Dept Odisha (@HFWOdisha) May 6, 2020
ପ୍ରକାଶ ଯେ, ଜିଲାରେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଛି। ୩ ଜଣ କରୋନା ପଜିଟିଭ୍ ମାମଲା ଆସିବା ପରେ ପ୍ରବାସୀଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଛି।