କରୋନା ଲାଗି ପୂର୍ବତଟ ରେଳପଥର ସତର୍କତା ପଦକ୍ଷେପ

ଭୁବନେଶ୍ୱର,୧୫।୩: ପୂର୍ବତଟ ରେଳପଥ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ରେଳପଥରେ ପର୍ଯ୍ୟାନ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ କାର୍ଯ୍ୟକାରିତାକୁ ନିୟମିତ ଭାବେ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ଦ୍ୱାରା ସଂକ୍ରମଣକୁ ରେଳ ପରିସରରେ ରୋକିବାକୁ ସମସ୍ତ ଉଦ୍ୟମ କରିବା, ପୂର୍ବତଟ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲପ୍‌ଲାଇନ୍‌ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି। ଏଥି ସଙ୍ଗେ ସଙ୍ଗେ କର୍ମଚାରୀମାନଙ୍କୁ ସୂକ୍ଷ୍ମାନୁଭୂତି ସମ୍ପନ୍ନ ଓ ଶିକ୍ଷିତ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ସହଯୋଗିତା ଓ ସଂଯୋଗ ରଖାଯାଇଛି।
ବିଭିନ୍ନ ଟ୍ରେନ୍‌, ଷ୍ଟେସନ, ଷ୍ଟେସନ ପରିସର, ରେଳ କଲୋନୀ, କାର୍ଯ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଜନସାଧାରଣ ଓ ରେଳ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ପ୍ରଚାରପତ୍ରଗୁଡ଼ିକ ବଣ୍ଟା ଯାଉଛି। ସ୍ଥାନୀୟ ଭାଷାରେ ଅଡ଼ିଓ ଭିଜୁଆଲ୍‌ ମାଧ୍ୟମରେ ପବ୍ଲିକ ଆଡ୍ରେସ୍‌ ପଦ୍ଧତିରେ ସଚେତନତା ବାର୍ତ୍ତା ଦିଆଯାଉଛି। ରେଲୱେ ହସ୍‌ପିଟାଲ୍‌ରେ ଯେଉଁ କର୍ମଚାରୀମାନଙ୍କୁ ଜ୍ୱର ହୋଇଛି, ସେମାନଙ୍କୁ ଅଲଗା କରାଯାଇଛି। ଜ୍ୱର କେଶ୍‌ ଗୁଡ଼ିକ ପାଇଁ ସ୍ବତନ୍ତ୍ର କାଉଣ୍ଟର ବା ୱାର୍ଡ଼ ବ୍ୟବସ୍ଥା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସଂଗରୋଧ ନିମନ୍ତେ ରେଲୱେ ସ୍ବତନ୍ତ୍ର ବେଡ଼୍‌ ଚିହ୍ନିତ କରିଛି। ସନ୍ଦିଗ୍ଧ କରୋନା ଭାଇରସ୍‌ ରୋଗୀ ନଜରରେ ଆସିଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ଲାଗି ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସମସ୍ତ ରେଲୱେ ମେଡିକାଲ୍‌ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ରାଜ୍ୟ କର୍ତ୍ତୃପକ୍ଷ ସହିତ ଯୋଗାଯୋଗରେ ରହି କରୋନା ଉପରେ ତଥ୍ୟ ନେବା ସହ ବିଭିନ୍ନ ନିର୍ଦ୍ଦେଶନାମା ସଂଗ୍ରହ କରି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରିବେ। ରେଲୱେ ପରିସରରେ ପୃଥକ୍‌, ସଂଗରୋଧ କେନ୍ଦ୍ର ବେଡ଼୍‌ଗୁଡ଼ିକ ପ୍ରଶାସନ ସହ ପରାମର୍ଶ କରି ବ୍ୟବହାର କରାଯାଇପାରିବ। ରେଳ କର୍ମଚାରୀ ଓ ରେଳ ଉପଭୋକ୍ତାମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ରେଲୱେ ସେଟେଲ୍‌ମେଣ୍ଟରେ ସ୍ବାସ୍ଥ୍ୟ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି। ପ୍ରତିଷେଧକ ବ୍ୟବସ୍ଥା ଉପରେ ସ୍ବାସ୍ଥ୍ୟ ଯନତ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସନ୍ଦିଗ୍ଧ କୋଭିନ୍‌-୧୧ କେଶ୍‌ଗୁଡ଼ିକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ପୂର୍ବତଟ ରେଳପଥ କେନ୍ଦ୍ରିୟ ହସ୍‌ପିଟାଲ୍‌, ସମ୍ବଲପୁର, ବିଶାଖାପାଟଣା ଓ ଖୋର୍ଦ୍ଧାରୋଡ଼୍‌ ରେଳମଣ୍ଡଳରେ ମଣ୍ଡଳ ହସ୍‌ପିଟାଲ୍‌ ଗୁଡ଼ିକରେ୧୦ଟି ବେଡ଼୍‌ ପୃଥକ୍‌ ଭାବେ ଔଷଧ ଓ ଜୀବନ ବଞ୍ଚେଇବା ଯନ୍ତ୍ରପାତି ସହ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri