କରୋନା ସହାୟତା: ହକି ଇଣ୍ଡିଆର ୨୫ ଲକ୍ଷ ଟଙ୍କା ଦାନ

ନୂଆଦିଲ୍ଳୀ,୧।୪(ପି.ଟି.): କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରାଯାଇଛି। କରୋନା ମହାମାରୀକୁ ରୋକିବାକୁ ଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ଇମର୍ଜେନ୍ସି ଫଣ୍ଡ ଘୋଷଣା କରିବା ପରେ ଅର୍ଥ ଦାନ ଦେବାକୁ ହକି ଇଣ୍ଡିଆ କାର୍ଯ୍ୟକାରୀ ବୋର୍ଡ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଏତିକି ବେଳେ ସମସ୍ତେ ଏକାଠି ହେବା ଆବଶ୍ୟକ। ଦେଶର ସମସ୍ତ ନାଗରିକ ସେମାନଙ୍କ ଦାୟିତ୍ୱ ହୃଦୟଙ୍ଗମ କରିବା ସହ ଏହାକ ସମ୍ପାଦନ କରିବା ମଧ୍ୟ ଆବଶ୍ୟକ। ମିଳିତ ଭାବେ ସର୍ମସମ୍ମତି କ୍ରମେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦେବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଦେଶର ନାଗରିକ ସବୁବେଳେ ହକି ଇଣ୍ଡିଆକୁ ଭଲପାଇବା ସହ ସମର୍ଥନ ଜଣାଇ ଆସିଛନ୍ତି। ଏହି ମହାମାରୀକୁ ରୋକିବା ପାଇଁ ଯଥା ସମ୍ଭବ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହି ଭାଇରସ ସଂକ୍ରମଣ ଲଢେଇରେ ହକି ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଚାହୁଛି ବୋଲି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ରାଜିନ୍ଦର ସିଂ କହିଛନ୍ତି। କରୋନା ଭାଇରସରେ ସାରା ବିଶ୍ୱରେ ୮ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଓ ଏପର୍ଯ୍ୟନ୍ତ ୪୨,୦୦୦ ଲୋକ ପ୍ରାଣ ହରାଇଛନ୍ତି। କେବଳ ଭାରତରେ ଏପର୍ଯ୍ୟନ୍ତ ୧୩୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ଇଶାନ କିଶାନ: ୫ ଓଭର ଭିତରେ ଜିତିଗଲା ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ରେ ଝାଡଖଣ୍ଡ ରନ ପଛରେ ପକାଇ ମାତ୍ର ୪.୩ ଓଭରରେ ଜିତିଥିଲା। ଦଳ ଜିତିବାରେ ସାହାଯ୍ୟ କରିବାରେ ଇଶାନ...

ମ୍ୟାଚ ଫିକ୍ସିଂ କରି ବନ୍ଧା ହେଲେ ୩ କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୧୧: କ୍ରିକେଟ ଭଳି ଖେଳରେ ମ୍ୟାଚ ଫିକ୍ସିଂ ଏକ ବଡ ଅପରାଧ। ଏହା ପ୍ରକାଶ ପାଇବା ପରେ ଏହି ଅପରାଧ କରୁଥିବା ଖେଳାଳିମାନେ ମଧ୍ୟ ଜେଲକୁ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା

ସିଡନୀ,୩୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ୍‌ ବଲ ଟେଷ୍ଟ ଡିସେମ୍ବର ୬ରୁ ଖେଳାଯିବ। ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ ହେବ।...

ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

ନୂଆଦିଲ୍ଲୀ,୨୯।୧୧: ଟି୨୦ କ୍ରିକେଟ ବେଶ ରୋମାଞ୍ଚକର। କାରଣ ଏଥିରେ ବ୍ୟାଟିଂ, ବୋଲିଂ ସହ ଫିଲ୍ଡିରେ ଏକାଧିକ ରେକର୍ଡ ହୁଏ। ହେଲେ ଏବେ ସୈୟଦ ମୁସ୍ତାକ ଅଲି...

IPL 2025: ବିଶ୍ୱ ବିଜେତା ଭାରତୀୟ ଖେଳାଳିଙ୍କ ଦରମା କେତେ ଜାଣନ୍ତୁ: ରୋହିତଙ୍କଠାରୁ ଅଧିକ ଦରମା ପାଇବେ ଶେୟସ ଆୟାର

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୫ ପାଇଁ ନିଲାମ ହୋଇଛି। ଏଥର ନିଲାମ ଅନେକ ରେକର୍ଡ ଭାଙ୍ଗିଲା। ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ଥିଲେ। ଏଥିସହିତ ଶ୍ରେୟସ...

IPL 2025: ଏହି ଖେଳାଳିଙ୍କ ବଡ଼ ପ୍ରଶଂସକ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କହିଲେ…

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ହେଉଛି ଦେଶ ଏବଂ ବିଶ୍ୱରେ ସର୍ବାଧିକ ଦେଖାଯାଉଥିବା କ୍ରିକେଟ ଲିଗ। ଭାରତ କଥା ଛାଡନ୍ତୁ, ସମଗ୍ର...

PSL ରେ ଅଂଶ ଗ୍ରହଣ କରିବାକୁ ଖେଳାଳିଙ୍କୁ ବାରଣ କଲା ଇଂଲଣ୍ଡ, IPL ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୯।୧୧: ଚାମ୍ପିୟନ୍ସ ଟ୍ରଫି ବିବାଦ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୁ ଆଉ ଏକ ଝଟକା ଦେଇଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ...

ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ

ନୂଆଦିଲ୍ଲୀ,୨୯।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ର ମେଗା ନିଲାମରେ ବହୁ ଅର୍ଥ ଖର୍ଚ୍ଚ କରିଥିଲା । କିନ୍ତୁ ଦଳ ଫାଫ ଡୁ ପ୍ଲେସିସ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri