କରୋନା: ୧୭ ନମୁନା ନେଗେଟିଭ୍‌

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶ କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣରେ ପ୍ରଭାବିତ। ଏପରିସ୍ଥଳେ ସତର୍କତା ଅବଲମ୍ବନ ହିଁ ଏହି ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ବୁଧବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଲେ, ଓଡ଼ିଶାରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। ବୁଧବାର ସୁଦ୍ଧା ସଂଗୃହୀତ ୧୭ ରକ୍ତ ନମୁନାରୁ ସମସ୍ତ ରିପୋର୍ଟ କରୋନା ନେଗେଟିଭ୍‌ ଥିବା ଜଣାପଡ଼ିଛି। ତେବେ ସମ୍ଭାବ୍ୟ ସଂକ୍ରମଣ ରୋକିବା ପାଇଁ ଆମ ବିଭାଗ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଜନସାଧାରଣଙ୍କୁ ସଚେତନ କରିବା ସହ ଆବଶ୍ୟକ ପରାମର୍ଶ ଜାରି ରହିଛି। ନିୟମିତ ସାବୁନ ବା ଜୀବାଣୁ ନାଶକ ଦ୍ରବଣ ଦ୍ୱାରା ହାତକୁ ପରିଷ୍କାର କରିିବା ସହ ଆଖି କିମ୍ବା ମୁହଁକୁ ସ୍ପର୍ଶ ନ କରିବା, ଛିଙ୍କିବା ସମୟରେ ରୁମାଲ ବା ଟିସୁ ପେପର ବ୍ୟବହାର କରିବା, ଜନଗହଳି ସ୍ଥାନଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସୁସ୍ଥ ଲୋକମାନେ ମାସ୍କ ବ୍ୟବହାର କରିବା ଜରୁରୀ ନୁହେଁ। ଜ୍ୱର, ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହ ନିଜେ ସତର୍କ ରୁହନ୍ତୁ। ସନ୍ଦିଗ୍ଧ କରୋନା ରୋଗୀଙ୍କୁ ୧୪ଦିନ ପାଇଁ ପୃଥକ୍‌ ରଖି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଆବଶ୍ୟକ ବୋଲି ସଚିବ କହିଛନ୍ତି।
ସେହିପରି ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ଥଣ୍ଡା, କାଶ, ଛିଙ୍କ ବା ଶ୍ୱାସକ୍ରିୟାରେ କଷ୍ଟ ହେଉଥିଲେ ସେମାନେ ତୁରନ୍ତ ଅଭିଭାବକଙ୍କୁ ଜଣାଇବା ସହ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀଙ୍କଠାରେ ଏହିପରି ଲକ୍ଷଣ ଦେଖାଦେଲେ ବିଦ୍ୟାଳୟକୁ ନ ଆସି ଚିକିତ୍ସାରେ ରହିବା, ସମୂହ ବ୍ୟବହାର୍ଯ୍ୟ ବସ୍ତୁ ଯଥା କବାଟ, ଝରକା, ଟେବୁଲ, ଚୌକି, ଟେଲିଫୋନ୍‌, କମ୍ପ୍ୟୁଟର ଆଦିକୁ ଜୀବାଣୁ ନାଶକ ଦ୍ରବଣରେ ପୋଛିବା, ଶୌଚାଳୟରେ ସାବୁନ ଓ ପାଣି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ଘୋଡ଼ଣୀ ଥିବା ଡଷ୍ଟବିନ୍‌କୁ ଶ୍ରେଣୀଗୃହ ଓ ଶୌଚାଳୟରେ ରଖିବା, ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା, ସଂକ୍ରମଣ ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଉଛି ବୋଲି ସଚିବ ଧଳ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଡିଏମ୍‌ଇଟି ପ୍ରଫେସର ଡା. ସି.ବି.କେ. ମହାନ୍ତିି, ଡିପିଏଚ୍‌ ଡା. ଅଜିତ୍‌ କୁମାର ମହାନ୍ତି, ଡିଏଚ୍‌ଏସ୍‌ ଡା. ବିଜୟ କୁମାର ମହାପାତ୍ର, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଡା. ନୀହାର ରାୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri