ବେଙ୍ଗାଲୁରୁ,୨୧।୭: କର୍ନାଟକ ବିଧାନସଭାରେ ଏଚ୍ଡି କୁମାରସ୍ବାମୀଙ୍କ ମେଣ୍ଟ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏଥିରେ ବହୁଜନ ସମାଜ ପାର୍ଟି ବିଧାୟକ ଏନ୍ ମହେଶ ଯୋଗ ଦେବେ ନାହିଁ ବୋଲି ରବିବାର କହିଛନ୍ତି। ସେ କହିଛନ୍ତି, ମାୟାବତୀଙ୍କ ନିର୍ଦ୍ଦେଶ ଥିବାରୁ ସେ କର୍ନାଟକ ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଯୋଗ ଦେବେ ନାହିଁ। ସୂଚନାଯୋଗ୍ୟ, କର୍ନାଟକ ମେଣ୍ଟ ସରକାରରୁ ପ୍ରାୟ ୧୩ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଆସ୍ଥା ଭୋଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିଛି। ହେଲେ ଏହା ଭିତରେ ରାଜନୀତି ସରଗରମ ହୋଇ ଘଟଣା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ସାରିଛି।