ନୂଆଦିଲ୍ଲୀ,୨୪ା୭(ପି.ଟି.): କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାଜିତ ହେବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କର୍ନାଟକର ଦଳୀୟ ନେତାଙ୍କୁ ମନ୍ତ୍ରଣା ଦେଇଛନ୍ତି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରଙ୍କ ପତନର ନେତୃତ୍ୱ ନେଇଥିବା ଭାଜପା ବିଧାୟକ ଦଳ ନେତା ବି.ଏସ୍. ୟେଦୁରପ୍ପା ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ଥିର ହୋଇଥିଲେ ହେଁ ସମ୍ଭାବ୍ୟ ନେତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କର୍ନାଟକର ଭାଜପା ନେତା ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସୂଚନା ଦେଇଛନ୍ତି।