କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବ:ମନମୋହନଙ୍କୁ ଇମ୍ରାନ୍‌ଙ୍କ ନିମନ୍ତ୍ରଣ

ଇସ୍‌ଲାମାବାଦ,୧୧-୧୦:ନଭେମ୍ବରରେ ହେବାକୁ ଥିବା କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଛି।
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜାଲ ଗୁରୁବାର କହିଛନ୍ତି, ନଭେମ୍ବର ୨ରେ କର୍‌ତାରପୁର କରିଡର୍‌ ଉଦ୍‌ଘାଟନ ହେବା ପାଇଁ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ଏହା କରାଯିବ। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଆନୁଷ୍ଠାନିକ ଭାବେ ମନମୋହନ ସିଂଙ୍କୁ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ପ୍ରକାଶ ଯେ, ଶିଖ୍‌ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଳନ ଅବସରରେ ନିର୍ମାଣାଧୀନ ଏହି କରିଡର ପଞ୍ଜାବର ଗୁର୍‌ଦାସପୁର ଜିଲା ଡେରା ବାବା ନାନକ ପୀଠ ସହ ପାକିସ୍ତାନର କର୍‌ତାରପୁରସ୍ଥିତ ଦରବାର ସାହିବକୁ ଯୋଡ଼ିବ। ସେଠାକୁ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ଭିଜାମୁକ୍ତ ଯାତ୍ରା ଅନୁମତି ଦେବା ପାଇଁ ପାକିସ୍ତାନ ରାଜି ହୋଇଛି। ପାକିସ୍ତାନ ପକ୍ଷରୁ ନିମନ୍ତ୍ରଣ ମିଳିନାହିଁ ଏବଂ ମନମୋହନ ସିଂ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ନ ପାରନ୍ତି ବୋଲି ପୂର୍ବରୁ ତାଙ୍କ ଅଫିସ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କୁ ବଡ଼ ଝଟ୍‌କା, ଆଓ୍ବାମି ଲିଗ ଉପରେ ଲାଗିଲା ପ୍ରତିବନ୍ଧକ

ଢାକା,୨୬।୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା କମିବା ନାଁ ଧରୁନାହିଁ। ଏହି ସମୟରେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ

ପ୍ୟୋର୍ଟୋ ଲିଣ୍ଡୋ,୨୬ା୧: ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ...

ଦ୍ୱିତୀୟ ପର୍ଯ୍ୟାୟରେ ୪ ଇସ୍ରାଏଲ୍‌ ମହିଳା ସୈନ୍ୟଙ୍କୁ ମୁକ୍ତକଲା ହମାସ୍‌

ତେଲ୍‌ ଆଭିଭ୍‌,୨୫।୧: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍‌ ଆତଙ୍କବାଦୀମାନେ ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ଇସ୍ରାଏଲ୍‌ର ୪ ଜଣ ମହିଳା ସୈନ୍ୟଙ୍କୁ ମୁକ୍ତ କରିଛନ୍ତି।...

ଟ୍ରମ୍ପ୍‌ଙ୍କ ବଡ଼ ପଦକ୍ଷେପ: ୟୁକ୍ରେନ୍‌କୁ ସହାୟତା ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ,୨୫।୧: କେବଳ ଇସ୍ରାଏଲ୍‌ ଏବଂ ତୁର୍କୀକୁ ବାଦ୍‌ଦେଲେ ୟୁକ୍ରେନ୍‌ ସମେତ ଅଧିକାଂଶ ଦେଶକୁ ଆମେରିକା ବିଦେଶୀ ସହାୟତା ବନ୍ଦ କରିଦେଇଛି। ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌...

‘ଇସ୍ତଫା ଦେଇ ବାଂଲାଦେଶ ଛାଡି ପଳାଇବେ ମହମ୍ମଦ ୟୁନୁସ,’ ଫେସବୁକ ପୋଷ୍ଟ ପରେ ଆକ୍ସନ ମୋଡରେ ପୋଲିସ

ଢାକା,୨୫।୧: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଡକ୍ଟର ମହମ୍ମଦ ୟୁନୁସଙ୍କ ଇସ୍ତଫା ଏବଂ ପଳାୟନ ଗୁଜବ ପ୍ରଚାର କରିଥିବା ଯୁବକମାନଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛି।...

ଆମେରିକାକୁ ଧମକାଇଲା ଚାଇନା!

ବେଜିଂ,୨୫।୧: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର (୨୫ ଜାନୁଆରୀ, ୨୦୨୫) ଆମେରିକାର ନୂଆ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନରେ କଥା...

୪୭୭ ଦିନ ପରେ ମିଳିଲା ମୁକ୍ତି, ହମାସ କବଳରୁ ମୁକ୍ତ ହେଲେ ଆଉ ୪ ଇସ୍ରାଏଲୀ ମହିଳା ସେନା

ଜେରୁଜେଲମ,୨୫।୧: ପ୍ରାୟ ୧୬ ମାସ ବନ୍ଦୀତ୍ୱ ପରେ ଗାଜାରୁ ଚାରି ଜଣ ଇସ୍ରାଏଲୀ ମହିଳା ସୈନିକଙ୍କୁ ମୁକ୍ତ କରିଛି ହମାସ। ଏମାନେ ସମସ୍ତେ ଇସ୍ରାଏଲୀ ସୈନିକ...

ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ

କଲମ୍ବୋ,୨୫।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ୟୋଶିତା ରାଜପକ୍ଷେଙ୍କୁ ଶନିବାର ଏକ ସମ୍ପତ୍ତି କ୍ରୟ ମାମଲାରେ ଦୁର୍ନୀତି ଅଭିଯୋଗରେ ପୋଲିସ ଗିରଫ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image