Posted inପୁରୀ

ମେଲୋଡି କଳାକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ‘ହ୍ୟୁମାନ ସାଗର’

କଟକ ଅଫିସ,୧୦ା୬: ଲକ୍‌ଡାଉନ ମଧ୍ୟରେ ବାନ୍ଧି ହୋଇ ଯାଇଛି କଳା ଜଗତ ଓ କଳାକାରଙ୍କ ଜୀବନ ଜୀବିକା। କଳା ଜଗତକୁ ବଞ୍ଚାଇବା ନିମନ୍ତେ ସରକାରୀ ସହାୟତା ମିଳିବା ଉଚିତ ବୋଲି ବିଭିନ୍ନ ବର୍ଗରୁ ଦାବି ହେଉଛି। ରାଜ୍ୟର ଅନେକ ବରିଷ୍ଠ କଳାକାର ମଧ୍ୟ ସୋସିଆଲ ମିଡ଼ିଆରେ ଏ ନେଇ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଘଡ଼ିିସନ୍ଧି ମୁହୂର୍ତ୍ତରେ କଳାକାରଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରସିଦ୍ଧ ପ୍ରଚ୍ଛଟପଟ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଓଡ଼ିଶା ମେଲୋଡ଼ି ଆସୋସିଏଶନ (ଓଏମ୍‌ଏ) ସହ ଅନୁବନ୍ଧିତ ରାଜ୍ୟର ବିଭିନ୍ନ ମେଲୋଡ଼ି ଗ୍ରୁପର ୫୦୦ କଳାକାରଙ୍କୁ ସେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମାଣିକଘୋଷ ବଜାରସ୍ଥିତ ମାରୱାଡ଼ି କ୍ଲବ ପରିସରରେ ବୁଧବାର ଓଏମ୍‌ଏ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସିପି ସେଖ୍‌ ସରିଫୁଦ୍ଦିନ, ସଞ୍ଜୟ ଶର୍ମା, ସାନୁ ରଥ, ସମ୍ପତ୍ତି ମୋଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଓଏମ୍‌ଏର ସଭାପତି ନିଲୁ ମହାନ୍ତି, ସମ୍ପାଦକ ଶ୍ୟାମ କୁମାର ନାୟାର, ପ୍ରଭାତ ରଞ୍ଜନ ବୋଷ, ପ୍ରଦୀପ ମହାପାତ୍ର, ବିରେନ୍ଦ୍ର କୁମାର ଦାସ, ବବଲୁ ଅନସାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ ପାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଆବିଦ କହିଛନ୍ତି, କରୋନା ଯୋଗୁ ପର୍ବପର୍ବାଣି, ଉତ୍ସବ ସବୁ ବନ୍ଦ। ଏଣୁ ମେଲୋଡ଼ି ହେବାର ଆଶା ନାହିଁ। କଟକଣା କେବେ ଉଠିବ ଓ କଳାକାରମାନେ ରୋଜଗାରର ବାଟ ପାଇବେ ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ହ୍ୟୁମାନଙ୍କ ଏହି ଅବଦାନକୁ କଳାକାର ଜଗତ ସବୁଦିନ ପାଇଁ ମନେ ରଖିବ। ସେହିପରି ପୁରୀରୁ ଆସିଥିବା ଏକ ମେଲୋଡ଼ି ଗ୍ରୁପ୍‌ର ବାଦକ ସୁନୀଲ ରାଓ କହିଛନ୍ତି, ମେଲୋଡ଼ି ପ୍ରୋଗ୍ରାମ ହେଲେ କିଛି ଅର୍ଥ ରୋଜଗାର ହୁଏ। ରୋଜଗାରର ଅନ୍ୟ କିଛି ପନ୍ଥା ନାହିଁ। ମାତ୍ର ଏବେ କରୋନା ପାଇଁ ସବୁ ବନ୍ଦ। ଏଭଳି ସମୟରେ ହ୍ୟୁମାନ ସାଗରଙ୍କ ଏହି ସହାୟତା ଏକ ପ୍ରଶଂସନୀୟ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା ଦେଲେ ଆଇନମନ୍ତ୍ରୀ, କହିଲେ ଭିତରେ ନାହିଁ…

ଭୁବନେଶ୍ୱର,୧ା୧୧: ରତ୍ନଭଣ୍ଡାରକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ କୋଠରି କିମ୍ବା...

ଆଜି ଶ୍ରୀମନ୍ଦିରରେ ଦୀପାବଳି, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

ପୁରୀ,୧ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ।  ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ...

ବାପ-ପୁଅ ହତ୍ୟା ମାମଲା: ଧରାପଡ଼ିଲେ ୪ ଅଭିଯୁକ୍ତ

ପୁରୀ,୩୧।୧୦(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ସମଙ୍ଗରାରେ ଘଟିଥିବା ଡବଲ ମର୍ଡର ଘଟଣାରେ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ l ଗିରଫ...

ପୁରୀରେ ବାଣ ବସ୍ଫୋରଣ: ୩ ଗୁରୁତର

ପୁରୀ,୩୧।୧(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ...

ଆଜି ଦୀପାବଳି ପାଳିଲେ ଅଶୁଭ! ଶଙ୍କରାଚାର୍ଯ୍ୟ କହିଲେ…

ପୁରୀ, ୩୧।୧(ଅଜିତ୍‌ କୁମାର ମହାନ୍ତି): କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ଚଳିତବର୍ଷ ପାଞ୍ଜି...

ଜମି ପାଇଁ ହତ୍ୟା! ବାପା-ପୁଅ ମୃତ

ପୁରୀ, ୩୧ା୧୦: (ଅଜିତ୍‌ କୁମାର ମହାନ୍ତି): ପୁରୀରେ ବୁଧବାର ପୁଣି ୨ ଜଣଙ୍କ ମୁଣ୍ଡ ଗଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ସଦର ଥାନା ଅନ୍ତର୍ଗତ...

ବୁଧବାର ଅପରାହ୍ନରୁ ୫ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ଯିବାକୁ ଥିଲେ ଜାଣି ରଖନ୍ତୁ

ପୁରୀ,୨୯ା୧୦(ଅଜିତ୍‌ କୁମାର ମହାନ୍ତି)- କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର...

ବୁଧବାର ବନକ ଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୯ା୧୦: ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri