କଳା, ସଂସ୍କୃତି, ପରମ୍ପରାର ପ୍ରତୀକ ‘ଝୋଟିଚିତା’: ଜାତୀୟସ୍ତରୀୟ ଝୋଟି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଉତ୍କଳୀୟ ଝୋଟି ପ୍ରତିଷ୍ଠାନ ତରଫରୁ ଗୁରୁବାର ଦିବାରାତ୍ର ଜାତୀୟସ୍ତରୀୟ ଝୋଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ୧୬୫ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ପ୍ରତିଯୋଗୀମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ଝୋଟିଚିତାକୁ ବୁଲି ଦେଖିବା ସହ ଝୋଟି ଚିତା ଉତ୍କଳର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି କହିଥିଲେ।
ପ୍ରତିଷ୍ଠାନ ଅଧ୍ୟକ୍ଷା ସମାଜସେବୀ ସୁବାସିନୀ ଜେନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ୧ଘଣ୍ଟା ଧରି ଦୁଇଟି ବିଭାଗରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ବିଭାଗରେ ୧୫ବର୍ଷରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଏବଂ ଦ୍ୱିତୀୟ ବିଭାଗରେ ବିଗତ ବର୍ଷରେ ବିଜେତା ଝୋଟିଶିଳ୍ପୀମାନେ ଅଂଶଗ୍ରହଣ ନେଇଥିଲେ। ୪ଟାରେ ଝୋଟିଶିଳ୍ପୀ ମିଳନ ଓ ଆଲୋଚନା, ୫ଟାରେ ସାଂସ୍କୃତିକ କାଯର୍‌ୟକ୍ରମ ଆୟୋଜନ କରାଯିବା ସହ ସନ୍ଧ୍ୟା ୬ଟାରେ ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା। ଶିଳ୍ପପତି ତଥା କବି ଅଞ୍ଜଳି ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଆବାହକ ଶିଳ୍ପୀ କେଶୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ମଧୁମିତା ଦାସ ଯୋଗଦେଇ ଉତ୍କଳୀୟ ଝୋଟିର ସ୍ଥାନ ସ୍ବତନ୍ତ୍ର। ଏହାକୁ ଉଜ୍ଜୀବିତ ରଖିବା ସହ ଏହାର ବିକାଶ ପାଇଁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ସମ୍ପାଦିକା ଅର୍ଚ୍ଚନା ନନ୍ଦୀ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ। ଉପସଭାପତି ଗିରିଜା ମିଶ୍ରଙ୍କ ପ୍ରସ୍ତାବକ୍ରମେ ଓଡ଼ିଆ ଅକ୍ଷର ବା ବର୍ଣ୍ଣମାଳାକୁ ଅଧିକ ମହତ୍ତ୍ୱ ପ୍ରଦାନ କରି ଝୋଟିର ଅସ୍ମିତାକୁ ବଢ଼ାଇବା ପାଇଁ ଓଡ଼ିଶାରେ ପ୍ରଥମଥର ଓଡ଼ିଆ ଅକ୍ଷରଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଭବାନୀପାଟଣାର ବିଶିଷ୍ଟ ଝୋଟିଶିଳ୍ପୀ ଓ ଲେଖିକା ଦେବହୂତି କରଙ୍କୁ ଚଳିତବର୍ଷ ସୁଶୀଳା ଦାସ ଝୋଟିରାଣୀ ମହାସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ରାଜେଶ୍ୱରୀ ଦେଙ୍କୁ ଅଖିଳ ଚନ୍ଦ୍ର ବେହେରା ସ୍ମୃତିରେ ଝୋଟିଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରଥମ ବିଭାଗରେ ୨୦ଜଣଙ୍କୁ ଓ ଦ୍ୱିତୀୟ ବିଭାଗରେ କେବଳ ଜଣଙ୍କୁ ପୁରସ୍କୃତ କରାଯାଇଛି। ବିଚାରକ ଭାବେ ସୋରର ରାଜବଲ୍ଲଭ ସାହୁ, ଭଦ୍ରକର ସୁଶାନ୍ତ ନାୟକ, ଭୁବନେଶ୍ୱରର ମଞ୍ଜୁଲତା ମିଶ୍ର, ଭୁବନେଶ୍ୱରର ଚିନ୍ତାମଣି ବିଶ୍ୱାଳ ଓ ମୟୂରଭଞ୍ଜର ସରିତା ସିଂ ଯୋଗଦେଇଥିଲେ। ଅନ୍ୟତମ ଉପସଭାପତି ହେମଲତା ଦାସ, ରୋଜି ପଟ୍ଟନାୟକ, କଲ୍ୟାଣୀ ନନ୍ଦ, ସୁନାମଣି ଜେନା, ଶ୍ରଦ୍ଧାଞ୍ଜଳି ରାୟ, ସତ୍ୟଭାମା ମୁଦୁଲି, ଜୟଶ୍ରୀ ସାହୁ, ଲିନା ପାଣିଗ୍ରାହୀ, ଶ୍ରୀରୂପା ମରୀ ସେନ, ଶୈଳବାଳା ବେହେରା, କବିତା ଦତ୍ତ, ଅରୁଣ ବାରିକ, ସୁଧାକର ସେଠି, ଦେବାଶିଷ ପତି, ବିଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା

ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ...

କଳାହାଣ୍ଡି ଉତ୍ସବ ପାଇଁ ବାହାରିଲା ମଶାଲ ଶୋଭାଯାତ୍ର

ଲାଞ୍ଜିଗଡ଼,୧୩ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଆରାଧ୍ୟ ଭୈରବ ପୀଠରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ସୋମବାର ଏକ ମଶାଲ ଶୋଭାଯାତ୍ରା ଭବାନୀପାଟଣା...

ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଗତ ୩ ଦିନ ଧରି ଶୀତ ମହୋତ୍ସବରେ ହରବାଲ ଚା’ବଣ୍ଟନ କରି ଦାରିଙ୍ଗବାଡିର ବୋଲବମ ସଙ୍ଘ ଚର୍ଚ୍ଚାରେ...

ମିଟର ଖରାପଅଛି କହି ପକାଇଥିଲେ ଫାଇନ୍‌ : ରାଗିଗଲେ ଗ୍ରାମବାସୀ, ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କ ସମେତ ୫ଙ୍କୁ ରଖିଲେ ଅଟକ

ଦିଗପହଣ୍ଡି,୧୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ସାହାସପୁର ଗ୍ରାମରେ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ସୋମବାର ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ଘଟଣା...

ଆଦିବାସୀ ପରମ୍ପରାର ନିଆରା ଟୋକିମରା ପର୍ବ ପାଳିତ

ଥୁଆମୂଳ ରାମପୁର,୧୩।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଆଦିବାସୀ ପରମ୍ପରା ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ। ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ କେତେକାଂଶରେ ପରିବର୍ତ୍ତନ...

ଉଦଯାପିତ ହେଲା ୩ ଦିନିଆ ଶୀତ ମହୋତ୍ସବ: ମୁଖ୍ୟ ଆକର୍ଷଣ ମଣ୍ଟୁ ଛୁରିଆ,ପାରମ୍ପରିକ ଲୋକକଳା

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ଯେମିତି ବଢିବାରେ ଲାଗିଛି ସେମିତି ୩ ଦିନିଆ ଶୀତ ମହୋତ୍ସବର ମାହୋଲ ମଧ୍ୟ ସେଭଳି ରହିଛି।...

ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୁଲି ନାହାଁନ୍ତି ପାପ ନାସିନି ବୈତରଣୀକୁ

ପାଟଣା,୧୩।୧(ବୀର କିଶୋର ଦାଶ): ମଙ୍ଗଳ ବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ...

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri