Posted inଖେଳ

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ୨-୦ ଗୋଲରେ ଦୁଇଥରର ଚାମ୍ପିୟନ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଘରୋଇ ଗ୍ରାଉଣ୍ଡରେ ଓଡ଼ିଶା ଏଫ୍‌ସିର ଏହା କ୍ରମାଗତ ୨ୟ ବିଜୟ। ପୂର୍ବରୁ ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ଜାମସେଦପୁର ଏଫ୍‌ସିକୁ ୨-୧ ଗୋଲରେ ମାତ୍‌ ଦେଇଥିଲା। ଫଳରେ କଳିଙ୍ଗରେ ଓଡ଼ିଶା ଏହାର ଶତପ୍ରତିଶତ ବିଜୟ ଜାରି ରଖିଛି। ଚଳିତ ବର୍ଷ ଆଇଏସ୍‌ଏଲ୍‌ ପଦାର୍ପଣ କରିଥିବା ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୧୧ ମ୍ୟାଚ୍‌ରୁ ୪ଟି ଲେଖାଏ ବିଜୟ ଓ ପରାଜୟ ଏବଂ ୩ଟି ଡ୍ର ସହ ମୋଟ୍‌ ୧୫ ପଏଣ୍ଟ ପାଇ ଟେବୁଲ ତାଲିକାର ୫ମ ସ୍ଥାନକୁ ଉଠିଛି। ଚତୁର୍ଥ ସ୍ଥାନରେ ରହିଥିବା ମୁମ୍ବାଇ ସିଟି (୧୬ ପଏଣ୍ଟ)ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଅପରପକ୍ଷରେ ଚେନ୍ନାଇନ ୧୦ ମ୍ୟାଚ୍‌ରୁ ୫ମ ପରାଜୟ ସହ ୯ ପଏଣ୍ଟ ପାଇ ୧୦ ଦଳୀୟ ଟେବୁଲ ତାଲିକାର ୯ମ ସ୍ଥାନରେ ରହିଛି।
ରୋମାଞ୍ଚ ଭରିଲା ପ୍ରଥମାର୍ଦ୍ଧ-
ଶୀତୁଆ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ର ୫୩ତମ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ବେଶ୍‌ ରୋମାଞ୍ଚକ ରହିଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ବେଶ୍‌ ସତର୍କତାର ସହ ଖେଳିଥିଲେ। ଉଭୟ ଦଳ ପାସିଂ ଉପରେ ବେଶି ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭିକ ୨୫-୩୦ ମିନିଟ୍‌ ମଧ୍ୟରେ ଉଭୟ ଦଳ କେତୋଟି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାହାକୁ ଗୋଲରେ ରୂପାନ୍ତରିତ କରି ପାରି ନ ଥିଲେ। ୨୧ତମ ମିନିଟ୍‌ରେ ଓଡ଼ିଶା ଏଫ୍‌ସି କର୍ନର କିକ୍‌କୁ ସ୍ପେନ ମଧ୍ୟକ୍ରମ ଖେଳାଳି ମାର୍କସ ଥେବର ହେଡ୍‌ ଜରିଆରେ ଗୋଲରେ ରୂପାନ୍ତରିତ କରିଥିଲା। କିନ୍ତୁ ଚେନ୍ନାଇନ ଗୋଲକିପର ବିଶାଲ କାଇଥ୍‌ଙ୍କୁ ବାଧା ପହଞ୍ଚାଇଥିବାରୁ ରେଫରି ଏହାକୁ ନାକଚ କରିଦେଇଥିଲେ। ୨୪ତମ ମିନିଟ୍‌ରେ କିନ୍ତୁ ଡ୍ରାମା ଦେଖିବାକୁ ମିଳିଥିଲା। ପେନାଲ୍ଟି ଏରିୟାରେ ଓଡ଼ିଶା ଏଫ୍‌ସି ଖେଳାଳି ଶୁଭମ ଷଡ଼ଙ୍ଗୀଙ୍କ ଫାଉଲ୍‌ ଯୋଗୁ ଚେନ୍ନାଇନ ଏଫ୍‌ସିକୁ ପେନାଲ୍ଟି ସୁଯୋଗ ମିଳିଥିଲା। ତେବେ ଚେନ୍ନାଇନର ୯ ନମ୍ବର ଜର୍ସି ପରିଧାନ କରିଥିବା ନେରିଜସ ଭାଲସ୍କିସ ଏହି ସୁବର୍ଣ୍ଣ ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ଭାଲସ୍କିସଙ୍କ ଶଟ୍‌ ବାର୍‌ ଉପର ଦେଇ ଚାଲିଯାଇଥିଲା। ଫଳରେ ଓଡ଼ିଶା ଏକ ନିଶ୍ଚିତ ଗୋଲରୁ ବଞ୍ଚତ୍ ଯାଇଥିଲା। ଏହାପରେ ୪ ମିନିଟ୍‌ ଅନ୍ତରରେ ଘରୋଇ ଓଡ଼ିଶା ଖେଳାଳି ୨ଟି ଗୋଲସ୍କୋର କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ୩୭ତମ ମିନିଟ୍‌ରେ ଆରିଡାନେ ସାନ୍ତାନଙ୍କ କ୍ରସକୁ ବକ୍ସ ଏରିଆରେ ଥିବା ଜେରୀ ମାଓ୍ବିମିଙ୍ଗଥାଙ୍ଗା ଗୋଲରେ ପରିଣତ କରି ଓଡ଼ିଶାକୁ ୧-୦ ଗୋଲରେ ଅଗ୍ରଣୀ କରିଥିଲା। ଏହାର ୪ ମିନିଟ୍‌ ପରେ ଭାରତୀୟ ଦଳର ମଧ୍ୟକ୍ରମ ଖେଳାଳି ଭିନିତ୍‌ ରାଇ (୪୧ତମ ମିନିଟ୍‌) ୨୦ ୟାର୍ଡ ଦୂରରୁ ଏକ ଚମତ୍କାର ଶଟ୍‌ ମାରି ଦଳ ପାଇଁ ୨ୟ ଗୋଲସ୍କୋର କରିଥିଲେ। ଫଳରେ ପ୍ରଥମାର୍ଦ୍ଧରେ ଓଡ଼ିଶା ୨-୦ରେ ଅଗ୍ରଣୀ ରହିଥିଲା।
ଚେନ୍ନାଇନ ଖେଳାଳି ମ୍ୟାଚ୍‌କୁ ଫେରିବାକୁ ବେଶ୍‌ ସଂଘର୍ଷ କରିଥିଲେ। କେତୋଟି ସୁଯୋଗ ମଧ୍ୟ ଚେନ୍ନାଇନକୁ ମିଳିଥିଲେ ମଧ୍ୟ ଓଡ଼ିଶା ଗୋଲକିପର ଫ୍ରାନ୍ସସିସ୍କୋ ଡୋରୋନସୋରୋ ତାହାକୁ ସଫଳ ହେବାକୁ ଦେଇ ନ ଥିଲେ। ୬୭ତମ ମିନିଟ୍‌ରେ ଏକ ଲମ୍ବା ଡ୍ରାଇଭ ମାରି ଚେନ୍ନାଇନର ଆନ୍ଦ୍ରେ ଶ୍ଚେମ୍ବ୍ରିଙ୍କ ପ୍ରୟାସକୁ ବିଫଳ ହେବାକୁ ଦେଇଥିଲେ। ମ୍ୟାଚର ଶେଷ ଭାଗରେ ଓଡ଼ିଶା ଖେଳାଳି ମଧ୍ୟ କେତୋଟି ସୁଯୋଗର ଫାଇଦା ଉଠାଇ ପାରି ନଥିଲେ। ଫଳରେ ଓଡ଼ିଶା ୨-୦ ଗୋଲରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri