Posted inଖେଳ

କଳିଙ୍ଗରେ ଓଡ଼ିଶା ଏଫ୍‌ସି-ଗୋଆ ମୁକାବିଲା

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ସିଜନର ଏକ ହେଭିଓ୍ବେଟ ମୁକାବିଲାରେ ବୁଧବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଓଡ଼ିଶା ଏଫ୍‌ସି ଓ ଶକ୍ତିଶାଳୀ ଏଫ୍‌ସି ଗୋଆ। ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି ଏପର୍ଯ୍ୟନ୍ତ ଖେଳିଥିବା ମ୍ୟାଚରେ ଶତପ୍ରତିଶତ ବିଜୟ ରେକର୍ଡ ବହନ କରୁଛି। ତେଣୁ ଏହି ଧାରା ବଜାୟ ଲକ୍ଷ୍ୟରେ ରହିଛି। ଏଠାରେ କ୍ରମାଗତ ୪ ମ୍ୟାଚ ଜିତିବାପରେ ଜୋସେପ୍‌ ଗୋମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ଗତ ସପ୍ତାହରେ ବେଙ୍ଗାଲୁରୁଠାରେ ୦-୩ ଗୋଲରେ ବେଙ୍ଗାଲୁରୁ ଏଫ୍‌ସି ନିକଟରୁ ପରାଜିତ ହୋଇଥିଲା। ଏବେ ଘରୋଇ ପରିବେଶରେ ଖେଳିବାକୁ ଯାଉଥିବାରୁ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା ଏଫସି।
ସାଣ୍ଟାନାଙ୍କ ସ୍ଥାନରେ ମାନୁଏଲ
ଓଡ଼ିଶା ଏଫ୍‌ସିର ତାରକା ଷ୍ଟ୍ରାଇକର ଆରିଡାନେ ସାଣ୍ଟାନା ଆହତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ତେଣୁ ତାଙ୍କ ସ୍ଥାନରେ ସ୍ପାନିଶ୍‌ ଫରଓ୍ବାର୍ଡ ମାନୁଏଲ ଓନୁଙ୍କୁ ଓଡ଼ିଶା ଏଫ୍‌ସି ଋଣ ସୂତ୍ରରେ ଆଣିଛି। ୩୨ ବର୍ଷୀୟ ଓନୁ ୨୦୧୯ ସିଜନ ଆରମ୍ଭରେ ବେଙ୍ଗାଲୁରୁ ଏଫସି ଦଳରେ ଯୋଗ ଦେଇଥିଲେ। ଏବେ ସେ ଚଳିତ ସିଜନ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଏଫସି ପକ୍ଷରୁ ଖେଳିବେ। ସାଣ୍ଟାନା ୧୪ ମ୍ୟାଚରୁ ୯ ଗୋଲ ଦେଇ ଓଡ଼ିଶା ଏଫସି ପାଇଁ ମ୍ୟାଚ ବିଜେତା ସାଜିଥିଲେ। ଏବେ ଓନୁ ତାଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ଆଶା ରଖିଛନ୍ତି କୋଚ୍‌ ଗୋମ୍ବାଉ। ଓଡ଼ିଶା ଏଫସି ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଗୋଆ ବିପକ୍ଷରେ ବିଜୟ ହାସଲ କରିପାରିଲେ ଦଳର ଏହି ସ୍ଥାନ ଅଧିକ ମଜଭୁତ ହୋଇଯିବ। ତେବେ ମନେ ପକାଇ ଦିଆଯାଇପାରେ ଯେ, ଚଳିତ ସିଜନର ଟପ୍‌-୩ ଟିମ୍‌ ଏଟିକେ, ଏଫସି ଗୋଆ ଓ ବେଙ୍ଗାଲୁରୁ ଏଫସି ବିପକ୍ଷରେ ଓଡ଼ିଶା ଏଫସି ଏପର୍ଯ୍ୟନ୍ତ ଗୋଲ ଦେବାରେ ସକ୍ଷମ ହୋଇନାହିଁ। ତେଣୁ ଦଳପାଇଁ ଆଗାମୀ ମ୍ୟାଚ ନିଶ୍ଚିତ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ।
ଆହତ ଥିବାରୁ ଆଗାମୀ ମ୍ୟାଚରେ ଓଡ଼ିଶା ଏଫସି ପକ୍ଷରୁ ମାର୍କୋସ ଟେବାର ଖେଳିବା ସମ୍ଭାବନା କମ୍‌। ସେହିପରି ଓଡ଼ିଆ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀ ଓ କାର୍ଲୋସ ଡେଲ୍‌ଗାଡୋ ୪ ହଳଦିଆ କାର୍ଡ ପାଇସାରିଥିବାରୁ ଆଗାମୀ ମ୍ୟାଚ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ”ଚଳିତ ଲିଗ୍‌ରେ ଗୋଆ ଅନ୍ୟତମ ଶ୍ରେଷ୍ଠ ଦଳ। ସେମାନେ କିପରି ଖେଳନ୍ତି ତାହା ଆମେ ଭଲଭାବେ ଜାଣୁ। ଆମେ ନିଜ ଷ୍ଟାଇଲ୍‌ରେ ଖେଳିବୁ। ଆଗାମୀ ମ୍ୟାଚ ପାଇଁ ଆମେ ପ୍ରସ୍ତୁତ“ ବୋଲି ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଗୋମ୍ବାଉ।
ଅନ୍ୟପକ୍ଷରେ ଗୋଆ ବାହାର ପରିବେଶରେ କ୍ରମାଗତ ୨ଟି ପରାଜୟ ପରେ ଏହି ମ୍ୟାଚ ଖେଳିବାକୁ ଯାଉଛି। ତେବେ କୋଚ୍‌ ସର୍ଗିଓ ଲୋବେରା ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ। ଦଳ ଅହମଦ ଜାହୋଉଙ୍କ ଅନୁପସ୍ଥିତି ଅନୁଭବ କରିବ। ଏପରି ସ୍ଥିତିରେ ହ୍ୟୁଗୋ ବୌମୋସଙ୍କ ଉପରେ ଅତିରିକ୍ତ ଚାପ ରହିବ। ସେ ଚଳିତ ସିଜନରେ ୬ଟି ଗୋଲ ଦେଇ ସାରିଥିବାବେଳେ ୪ଟି ଗୋଲ ହେବାରେ ସହାୟତା କରିଛନ୍ତି। ଇଡୁ ବେଡିଆ ମଧ୍ୟ ଲାଇନ୍‌-ଅପ୍‌ରେ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ”ଚଳିତ ସିଜନ ସମସ୍ତ ଦଳପାଇଁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏବଂ କଷ୍ଟସାଧ୍ୟ ହୋଇଛି। ଆମ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ। ଆମେ ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନ ଅଧିକାର ସହ ଆଇଏସଏଲ ଜିତିବାକୁ ଚାହୁଁଛୁ। ଆମେ ସେହି ଲକ୍ଷ୍ୟରେ ଅଗ୍ରଗତି କରୁଛୁ“ ବୋଲି ଲୋବେରା ପ୍ରକାଶ କରିଛନ୍ତି।
ଇଣ୍ଡିଆନ ସୁପରଲିଗ୍‌
ମ୍ୟାଚ ଆରମ୍ଭ: ରାତି ୭ଟା ୩୦


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri