Posted inଖେଳ

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି: ‘ଦର୍ଶକଙ୍କ ଉପସ୍ଥିତିରେ ଆମେ ଉଲ୍ଲସିତ’

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ଏପର୍ଯ୍ୟନ୍ତ ଓଡ଼ିଶା ଏଫସି ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ଡାଇନାମସରୁ ଓଡ଼ିଶା ଏଫସିରେ ପରିଣତ ହୋଇଥିବା ଏହି ଦଳ ଏଠାରେ ଖେଳିଥିବା ୨ଟିଯାକ ମ୍ୟାଚରେ ବିଜୟୀ ହୋଇଛି। ଆସନ୍ତା ଶନିବାର ଦଳ ଏଠାରେ ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ସିଟି ଏଫସି ସହିତ ଖେଳିବ। ଗତ ଅକ୍ଟୋବର ୩୧ରେ ଦୁଇ ଦଳ ମୁମ୍ବାଇରେ ପରସ୍ପରକୁ ଭେଟିଥିଲେ। ସେଥିରେ ଓଡ଼ିଶା ଏପସି ୪-୨ ଗୋଲରେ ବିଜୟୀ ହୋଇଥିଲା। ଚଳିତ ସିଜନରେ ଏହାଥିଲା ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳର ପ୍ରଥମ ବିଜୟ। ତେଣୁ ଏଠାରେ ସେହି ପ୍ରଦର୍ଶନ ବଜାୟ ରଖି ଓଡ଼ିଶା ଏଫସି ବିଜୟରେ ହ୍ୟାଟ୍ରିକ କରିବାନେଇ ଆଶା ରଖିଛି। ବିଶେଷ କରି ଘରୋଇ ପରିବେଶରେ ଜାମସେଦପୁର ଏଫସି ଏବଂ ପୂର୍ବତନ ଚାମ୍ପିୟନ ଚେନ୍ନାଇନ୍‌ ଏଫସିକୁ ହରାଇବାପରେ ଖେଳାଳିଙ୍କ ମନୋବଳ ଏବେ କାହିଁ କେତେ ଉପରେ ରହିଛି।
ପୂର୍ବ ମ୍ୟାଚରେ ଗୋଲ ସ୍କୋର କରିଥଲେ ଓଡ଼ିଶା ଏଫସିର ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟ। ଇଣ୍ଡିଆନ ସୁପରଲିଗ୍‌ରେ ଏହାଥିଲା ତାଙ୍କର ପ୍ରଥମ ଗୋଲ। ଏଥିରେ ଉତ୍ସାହିତ ହୋଇଥିବା ଭିନିତ ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚକୁ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି। ” ଷ୍ଟାଡିୟମରେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରୁଥିବାରୁ ଓଡ଼ିଶାର ଦର୍ଶକଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇବାକୁ ଚାହିଁବି। ଆମେ ଏଠାରେ କ୍ରମାଗତ ୨ଟି ମ୍ୟାଚ ଜିତିଛୁ। ଚଳିତ ସିଜନରେ ପୂର୍ବ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ହରାଇ ସାରିଛୁ। ଏବେ ଆଗାମୀ ମ୍ୟାଚ ଉପରେ ଆମେ ଦୃଷ୍ଟି ନିବଦ୍ଧ କରୁଛୁ। ବ୍ୟକ୍ତିଗତଭାବେ କଠିନ ପରିଶ୍ରମ କରି ଦଳକୁ ପ୍ଲେ-ଅଫ୍‌କୁ ନେବା ମୋର ଲକ୍ଷ୍ୟ“ ବୋଲି ଭିନିତ ପ୍ରକାଶ କରିଛନ୍ତି। ଭିନିତଙ୍କ ପରି ଡାନିଏଲ ଲାଲହଲିମ୍ପୁଇଆ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିବେଶରେ ଆନନ୍ଦ ପ୍ରକାଶ କରିଛନ୍ତି। ”ଚେନ୍ନାଇନ୍‌ ଏଫସି ବିପକ୍ଷ ମ୍ୟାଚରେ ଦର୍ଶକମାନେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରିବା ମୋତେ ଉଲ୍ଲସିତ କରିଥିଲା। ଉପହାର ସଦୃଶ ଆମେ ସେମାନଙ୍କୁ ବିଜୟ ଭେଟି ଦେଇଥିଲୁ। ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚରେ ମଧ୍ୟ ଦର୍ଶକମାନେ ବହୁ ସଂଖ୍ୟାରେ ଆସିବେ ବୋଲି ମୁଁ ଆଶା ରଖିଛି। ଚଳିତ ସିଜନରେ ଭୁବନେଶ୍ୱରରେ ଆମେ ଆଉ ୪ଟି ମ୍ୟାଚ ଖେଳିବୁ। ତେଣୁ ଦର୍ଶକଙ୍କ ଉପସ୍ଥିତି ଆମକୁ ଉତ୍ସାହିତ କରିବା ଆଶା ରହିଛି“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri