ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେଠାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଯାଇଛନ୍ତି। ମଙ୍ଗଳବାର ସେ ରିପୋର୍ଟ ଦେଇଛନ୍ତି ଯେ, ଅନୁଚ୍ଛେଦ-୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କୋଣସି ଅପ୍ରୀତିକର ପରିସ୍ଥିିତି ଘଟି ନାହିଁ। ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଓ ସ୍ବାଭାବିକ ରହିଛି। ଡୋଭାଲ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ଆଲୋଚନା ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପଯୁକ୍ତ ଭାବେ ଲାଗୁ ହେବା ପର୍ଯ୍ୟନ୍ତ ଡୋଭାଲ ଏଠାରେ ରହିବେ ବୋଲି କୁହାଯାଉଛି।