ଲକ୍ଷ୍ନୌ,୨୯।୭: ଶ୍ରାବଣର କାଉଡି ଯାତ୍ରା ପାଇଁ କାଉଡିଆଙ୍କୁ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ଚେଷ୍ଟା କରିଛନ୍ତି ଉତ୍ତର ପ୍ରଦେଶ ସରକାର। କାଉଡିଆ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ରହିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସେହିପରି ବହୁ ସଂଖ୍ୟାରେ ଏମାନେ ଯାତାୟାତ କରୁଥିବାରୁ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଡ୍ରୋନ୍ ବ୍ୟବହାର କରାଯାଉଛି। ଏମିତିକି ଏମାନେ ଯାଉଥିବା ବାଟଦେଇ ଯଦି ଶିକ୍ଷାନୁଷ୍ଠାନ ପଡୁଛି ତେବେ ଦିନକ ପାଇଁ ଏହାକୁ ବନ୍ଦ ମଧ୍ୟ କରି ଦିଆଯାଉଛି। ଗତ ସପ୍ତାହାରେ ଏମାନଙ୍କ ଉପରେ ହେଲିକପ୍ଟରରୁ ପୋଲିସ କର୍ମୀ ଫୁଲ ପକାଉଥିବା ବେଳେ ନିଜେ ଜଣେ ଏସ୍ପି ଏମାନଙ୍କ ସେବା କରୁଥିବା ଚର୍ଚ୍ଚାକୁ ଆସିଥିଲା।