ଓଡ଼ଗାଁ,୧୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ନିକଟସ୍ଥ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର୍ରୁ ଭକ୍ତମାନେ ଧାଡ଼ିରେ ଠିଆ ହୋଇ ବାବାଙ୍କ ଦର୍ଶନ କରିଛନ୍ତି। ମନ୍ଦିର ଟ୍ରଷ୍ଟି ପକ୍ଷରୁ ଲୋକଙ୍କ ସମାଗମ ପାଇଁ ବ୍ୟାପକ ବନ୍ଦୋବସ୍ତ ସହିତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହା ସହିତ ବାବାଙ୍କ ବରଡ଼ି ଯାତ୍ରା ଆରମ୍ଭ ହୋଇଥିବା ମନ୍ଦିର ଟ୍ରଷ୍ଟି ଗୋଦାବରୀଶ ମିଶ୍ର ସୂଚନା ଦେଇଛନ୍ତି।