ନୂଆଦିଲ୍ଲୀ,୨୮।୬: ରାଜଧାନୀ ଦିଲ୍ଲୀରେ ଯେଉଁଠି ଲୋକଙ୍କୁ ପାଣିର ସମସ୍ୟା ଲାଗିରହିଛି। ସେଠାରେ ଜଳ ବୋର୍ଡର କର୍ମଚାରୀଙ୍କ ବେପାରୁଆ ମନୋଭାବ ଦେଖିବାକୁ ମିଳିଛି। ଜଳ ବୋର୍ଡ କାର୍ଯ୍ୟାଳୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାର୍ଯ୍ୟାଳୟରେ ୪ଜଣ କର୍ମଚାରୀ ବାହାରର କିଛି ଲୋକଙ୍କ ସହ ମଦ୍ୟପାନ ଓ ତାସ୍ ଖେଳୁଥିବା ଭିଡିଓଟିରେ ନଜର ଆସିଛି। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ୪ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।