ଗୁୟାନା, ୧୩।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଡିଆରେ ବେଳେବେଳେ ଡ୍ୟାନ୍ସ କରୁଥିବାର ଦେଖାଯାଏ। ନିକଟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ସେ ଖୁବ୍ ଡ୍ୟାନ୍ସ କରିଥିଲେ। ବର୍ଷା ଯୋଗୁ ଖେଳ ବାରମ୍ବାର ବନ୍ଦ ହେଉଥିବାବେଳେ ପଡିଆରେ ଓ୍ବେଷ୍ଟଇଣ୍ଡିଜ୍ର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଙ୍କ ସହ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା। ଏହାର ଜବାବରେ କୋହଲି କହିଥିଲେ, ମୁଁ ପଡିଆରେ ସର୍ବନ ନିଜର ଉପସ୍ଥିତିର ଆନନ୍ଦ ନେବାକୁ ଚାହେଁ। ଭଗବାନ ମୋତେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଛନ୍ତି। ତେଣୁ ଜୀବନର ପ୍ରତିଟି ମୁହୂର୍ତ୍ତ ଉପଭୋଗ କରିବାକୁ ଚାହୁଁଛି। ଯେବେ ସଙ୍ଗୀତ ବାଜେ ଗୋଡ ଆପେ ଆପେ ହଲିଯାଏ। ଭାଙ୍ଗଡା ନାଚିବାକୁ ମୋତେ ବହୁନ୍ଦ ପସନ୍ଦ ବୋଲି କୋହଲି କହିଛନ୍ତି।