Posted inଖେଳ

କାହିଁକି ବିଶ୍ରାମ ନେଲେ ଆୟାର ଓ ଦୁବେ

ମୁମ୍ବାଇ, ୨୮।୧୨- ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ଅପେକ୍ଷାକୃତ ରେଲ୍‌ଓ୍ବେଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଶ୍ରେୟାସ ଆୟାର ଓ ଶିବମ ଦୁବେଙ୍କ ଉପରେ ବହୁ ପ୍ରଶ୍ନ ଉଠିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିବା ଆୟାର ଓ ଦୁବେ ୨୫ ତାରିଖରୁ ଆରମ୍ଭ ହୋଇଥିବା ରେଲଓ୍ବେ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ। କୌତୁହଳର କଥା ଯେ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କଟକ ମ୍ୟାଚ୍‌ ଖେଳିଥିବା ପେସର ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ଦଳର ଅଂଶବିଶେଷ ଥିଲେ। ଅନ୍ୟପକ୍ଷରେ ଦୁବେ ଦିନିକିଆ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଖେଳି ନ ଥିଲେ। ଏହାସତ୍ତ୍ୱେ ସେ କାହିଁକି ବିଶ୍ରାମ ନେଲେ ଏହା ବଡ଼ ପ୍ରଶ୍ନ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ଟୁଇଟ୍‌ କରି ଲେଖିଛନ୍ତି, ମୁମ୍ବାଇ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଆୟାର ଓ ଦୁବେ ଦଳର ଅଂଶ ନ ଥିବାରୁ ଦୁଃଖିତ। ଅନ୍ତର୍ଜାତୀୟ ମ୍ୟାଚ୍‌ର ୫ ଦିନ ପୂର୍ବରୁ ମଧ୍ୟ ସେମାନେ ଖେଳୁ ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବତନ ମୁମ୍ବାଇ ଓପନର ଶିଶିର ହାତାଙ୍ଗାଡି ଟୁଇଟ୍‌ କରିଛନ୍ତି, କାହିଁକି ଆୟାର ଓ ଦୁବେ ମୁମ୍ବାଇ ରଣଜୀ ମ୍ୟାଚ୍‌ ଖେଳିଲେ ନାହିଁ? କାହାକୁ ପଚାରି ସେମାନେ ବିଶ୍ରାମ ନେଇଛନ୍ତି? ଉଲ୍ଲେଖଥାଉ କି, ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କର୍ନାଟକକୁ ଜାନୁୟାରୀ ୩ ତାରିଖରେ ଭେଟିବ। ଏହି ମ୍ୟାଚ୍‌ରେ ମଧ୍ୟ ଦୁହେଁ ଖେଳିବେ ନାହିଁ। କାରଣ ଏହାର ଦୁଇ ଦିନ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୁଆହାଟିଠାରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବାର ଅଛି। ଏହି ସିରିଜ୍‌ ଶେଷ ହେବା ପରେ ମଧ୍ୟ ଉଭୟଙ୍କୁ ମୁମ୍ବାଇ ମ୍ୟାଚ୍‌ ପାଇଁ ଚୟନ କରା ନ ଯାଇପାରେ। ସେମାନଙ୍କୁ ଖେଳିବା ଲାଗି କୁହାଯିବାରୁ ବିସିସିଆଇ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା କହିଥିଲେ। ମାତ୍ର ବିସିସିଆଇ ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରଶ୍ନ ଉଠୁଛି ତାଙ୍କୁ ପରାମର୍ଶ ଦେଲା କିଏ? ଭାରତୀୟ ଦଳର ଫିଜିଓ ନା ଟ୍ରେନର ନା ନିଜ ଇଚ୍ଛାରେ ସେମାନେ ବିଶ୍ରାମ ନେଇଛନ୍ତି? ଏ ସମ୍ପର୍କରେ ପରବର୍ତ୍ତୀ ଆପେକ୍ସ କାଉନ୍‌ସିଲ ବୈଠକରେ ଆଲୋଚନା କରାଯିବ। ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜଣେ ଏମ୍‌ସିଏ କର୍ମକର୍ତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ...

ବର୍ଷ ଆରମ୍ଭରୁ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା, ଆଜି ଯାଏ ଯାହା ଭାରତୀୟ କ୍ରିକେଟରେ କେବେ ବି…

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ବର୍ଡର ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ଏହି ସିରିଜରେ ସର୍ବାଧିକ ୱିକେଟ ନେଇଥିବା...

୨୦୨୫ରେ ରୋହିତ-ବିରାଟଙ୍କୁ ବଡ଼ ଝଟ୍‌କା ଦେବ BCCI? ହୋଇପାରେ କୋଟି କୋଟି ଟଙ୍କାର କ୍ଷତି, ଏହି ଖେଳାଳି ପାଇବେ ଲାଭ…

ନୂଆଦିଲ୍ଲୀ,୧।୧: ଟିମ୍‌ ଇଣ୍ଡିଆ ଲାଗି ବର୍ଷ ୨୦୨୪ ବେଶ ରୋମାଞ୍ଚକର ଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଏହି ବର୍ଷ ଫିକା...

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ-୧୧ ଘୋଷଣା: ଦଳରେ ସ୍ଥାନ ପାଇଲେ ଭାରତର ୨ ଖେଳାଳି

ନୂଆଦିଲ୍ଲୀ,୧।୧: ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ସ୍ଥାନ...

ଗମ୍ଭୀର, ରୋହିତ ଶର୍ମାଙ୍କୁ ଟ୍ୟୁସନ୍ କରିବ ବିସିସିଆଇ; ଅଶ୍ବିନୀଙ୍କ ଅବସର ପାଲଟିବ ହଟ୍ ଟପିକ୍

ନୂଆଦିଲ୍ଳୀ,୧।୧: ୨୦୨୪ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ନୈରାଶ୍ୟଜନକ ଫଳାଫଳ ସହିତ ଶେଷ ହୋଇଛି। ଯାହା ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଯୋଗ୍ୟତା...

ଥ୍ୟାଙ୍କ୍‌ ୟୁ….ପରାଜୟ ପରେ ରୋହିତ ଶର୍ମାଙ୍କ ପୋଷ୍ଟ ହେଉଛି ଭାଇରାଲ୍‌

ନୂଆଦିଲ୍ଳୀ,୧।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ...

ଭାରତର ପରାଜୟ ପରେ ଫିଟିଲା ଗୁମର: ଗମ୍ଭୀରଙ୍କ କଥା ଣୁଣି ନ ଥିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତ ଚୟନକର୍ତ୍ତାଙ୍କ ଶୁଣିନାହାନ୍ତି। ଚୟନକର୍ତ୍ତାମାନେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କ...

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri