ବଇଣ୍ଡା,୬।୮ଡି.ଏନ.ଏ.)- କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ଧରଡ଼ପାଳ, ନତଡା, କ୍ଷେତି ଅଞ୍ଚଳରେ ଗତ କିଛିଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛିଦିନ ହେବ ମଧ୍ୟାହ୍ନରେ ୮ରୁ୧୦ ଥର ବିଦ୍ୟୁତ କାଟ ହେଉଥିବାବେଳେ ରାତିରେ ୭.୩୦ ରୁ ୮.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି। ଫଳରେ ଛାତ୍ରୀଛାତ୍ରମାନେ ପାଠପଢି ପାରୁ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସେହିପରି ବର୍ଷା ସମୟରେ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ବାମୁର ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।