ବିବାହକୁ ସ୍ବତନ୍ତ୍ର ତଥ ସ୍ମରଣୀୟ କରିବା ପାଇଁ ବର-କନ୍ୟା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ପାକିସ୍ତାନର ଜଣେ ଯୁବତୀ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ସେ ବିବାହରେ ୧ କି ୨ ନୁହେଁ, ୧୦୦ କିଲୋ ଅର୍ଥାତ୍ କୁଇଣ୍ଟାଲ ଲେହେଙ୍ଗା ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଲାଲ୍ ରଙ୍ଗର ଏହି ଲେହେଙ୍ଗାରେ ରିଚ୍ କ୍ରିଷ୍ଟଲ୍ ଏବଂ ଥ୍ରେଡ୍ ଓ୍ବର୍କ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏତେ ଓଜନିଆ ଲେହେଙ୍ଗା ପିନ୍ଧି ସେ ଚାଲିଥିଲେ। ସୋସିଆଲ ମିଡିଆରେ ଯୁବତୀଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବତୀ ଜଣଙ୍କ ଟ୍ରୋଲ ହୋଇଛନ୍ତି। ୟୁଜର୍ସ କହିଛନ୍ତି ଲେହେଙ୍ଗା ଯୁବତୀ ପିନ୍ଧିଛନ୍ତି ନା ଯୁବତୀଙ୍କୁ ଲେହେଙ୍ଗା ପିନ୍ଧି କିଛି ବୁଝାପଡୁନି।