କୁମାରପୂର୍ଣ୍ଣିମାରେ ଅଘଟଣ : ନୂଆ ଡ୍ରେସ୍‌ ନ ମିଳିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ବାଳକାଟୀ,୧୪ା୧୦(ଡି.ଏନ.ଏ) : କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍‌ ନ ମିଳିବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ରବିବାର କୁମାର ପୂର୍ଣ୍ଣିମା ଉତ୍ସବ ଥିବାର ଗ୍ରାମର ସମସ୍ତ ଝିଅମାନେ ନୂଆ ବସ୍ତ୍ର ପରିଧାନ କରିଥିଲେ। ଏହାଦେଖି ନାବାଳିକା ଜଣକ ମଧ୍ୟ ନୂଆ ଡ୍ରେସ ପିନ୍ଧିବାକୁ ଘରେ ଦାବି କରିଥିଲା। କିନ୍ତୁ ପରିବାର ଲୋକେ ରାଜି ନ ହୋଇ ଓଲଟି ତାଙ୍କୁ ଗାଳି ମାଡ଼ କରିଥିଲେ। ଏଥିରେ ସେ ମିୟମ୍ରାଣ ହୋଇ ଘରେ ଚାଷ ପାଇଁ ଥିବା କୀଟନାଶକ ପିଇ ଦେଇଥିଲେ। ଫଳରେ ଚିତ୍କାର ଶୁଣି ପରିବାର ଲୋକେ ଦେଖିବା ପରେ ସଙ୍ଗେ ସଙ୍ଗେ ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଦେଖିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ। ତେବେ ଚିକିତ୍ସା ସମୟରେ ଅପରାହ୍ନ ୩ଟାରେ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ବାଲିପାଟଣା ପୋଲିସ ପହଞ୍ଚତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନଂ.୪୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କୁମାର ଉତ୍ସବରେ ଗ୍ରାମ ସାରା ଖୁସିର ମାହୋଲ ଥିବାବେଳେ ନାବାଳିକାଙ୍କ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଏତେ ଫୁଟିଲା ଯେ, ଖାଲି ଧୂଆଁ ଧୂଆଁ

ସରିଲା ଦୀପାବଳି । ଧୂଆଁମୟ ଭୁବନେଶ୍ବର । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ । ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନ...

କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା, ଜଗିବେ ମାତ୍ର ଦୁଇ କନଷ୍ଟେବଳ

ଭୁବନେଶ୍ୱର,୨।୧୧: ମୋହନ ସରକାର କ୍ଷମତାକୁ ଫେରିବା ପରେ ଦ୍ୱିତୀୟ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ...

ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’

ଭୁବନେଶ୍ୱର,୨ା୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରି ଖେଳିଯାଇଛି। ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। କ୍ରିଷ୍ଣା ଏବଂ ରୁପା ମିଳନରେ ଏକ...

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ...

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ଇସ୍ତଫା

ମାଲକାନଗିରି,୨ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଶନିବାର ଏନେଇ...

ମୁଁ ବିରୋଧୀଦଳ ନେତା ଥିଲାବେଳେ ନେଉନଥିଲି ସୁରକ୍ଷା, ଏବେ ନବୀନଙ୍କୁ ଘାରୁଛି ଭୟ, କାହିଁକି ଏମିତି କହିଲେ ଜୟନାରାୟଣ

ଭୁବନେଶ୍ୱର,୨।୧୧: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହ୍ରାସ ପାଇବ ସୁରକ୍ଷା ବ୍ୟବସ୍ଥା। ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇବ। ଏନେଇ...

ବାଇକ୍‌କୁ ଧକ୍କାଦେଲା ଅଟୋ: ଚାଲିଗଲା ୨ ଜୀବନ, ୨ ଗୁରୁତର

ଦିଗପହଣ୍ଡି,୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ କାଣ୍ଡେଶ୍ୱର ଗାଁ ଛକରେ ଯାତ୍ରୀବାହୀ ଅଟୋ (ନଂ. ଓଡ଼ି ୦୭ ଏଫ୍‌-୩୯୦୩)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri