କୁସୁମୀ ନଦୀରେ ଭାସିଗଲେ ଯୁବକ

ଖଣ୍ଡପଡ଼ା,୨୭ା୧୦(ସ୍ବ.ପ୍ର.) -ଖଣ୍ଡପଡା ସହର ଉପକଣ୍ଠରେ ପ୍ରବାହିତ କୁସୁମୀ ନଦୀକୁ ଶନିବାର ସକାଳ ୯ଟାରେ ୨ ଜଣ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ଯୁବକ ଜଣକ ହେଲେ ଖଣ୍ଡପଡ଼ା ସହର ୪ନଂ ୱାର୍ଡ ମାଳିସାହିର ସ୍ବର୍ଗତ ମଧୁସୂଦନ ମହାପାତ୍ରଙ୍କ ସାନପୁଅ ସୁଶାନ୍ତ ମହାପାତ୍ର ଓରଫ ଟୁକୁନା (୩୩) । ସେ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରିଥିଲେ ହେଁ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ନ ଥିଲା । ପରେ ଭାପୁର ଅଗ୍ନିଶମ କର୍ମଚାରୀମାନେ ଏକ ପାୱାର ବୋଟ ଯୋଗେ ଲାଇଫ୍‌ ଜ୍ୟାକେଟ ପିନ୍ଧି ନଦୀ ଗର୍ଭରେ ଅକ୍ଳାନ୍ତ ପରିଶ୍ରମ କରି ଖୋଜିଥିଲେ ହେଁ ସନ୍ଧ୍ୟା ସୁଦ୍ଧା ସୁଶାନ୍ତଙ୍କ ପତ୍ତା ମିଳି ନ ଥିବା ଜଣାପଡିଛି । ଅପରପକ୍ଷେ ଏହି ଘଟଣାକୁ ନେଇ ଖଣ୍ଡପଡା ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । ନିଖୋଜ ଯୁବକଙ୍କୁ ନେଇ ପରିବାରବର୍ଗ ଆଶଙ୍କାରେ ରହିଥିବା ବେଳେ ଏହି ଘଟଣା ପ୍ରଚାରିତ ହେବା ପରେ କୁସୁମୀ ନଦୀ କୂଳକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା


Enter your email to get our daily news in your inbox.

All Right Reserved By Dharitri.Com

୪୭୭ ଜଣ ମାଡି ବସିଛନ୍ତି ୩୯ ଏକର ସରକାରୀ ଜମି

ଭବାନୀପାଟଣା, ୨୬।୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ ଜବର ଦାଖଲକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଜାଗାକୁ ଜବରଦଖଲକାରୀମାନେ ମାଡି...

ବିକଶିତ ଭାରତ ପାଇଁ ସମସ୍ତେ ଧର୍ମପଦ ହେବା: ରାଜସ୍ବ ମନ୍ତ୍ରୀ

ବରଗଡ଼,୨୬।୧୨(ପ୍ରେମାନନ୍ଦ ଖମାରୀ):ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶହତମ ଜନ୍ମ ଜୟନ୍ତୀ ଅବସରରେ ବୁଧବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଜିଲାସ୍ତରୀୟ ସୁଶାସନ...

ଖୁବ୍‌ଶୀଘ୍ର ଭାଜପା ସରକାର ଭାଙ୍ଗିଯିବ::ଭବିଷ୍ୟବାଣୀ କଲେ ଜୟଦେବ

ଛେନାପଦି,୨୬ା୧୨(ନିରାକାର ପରିଡା):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚ଼ନ ମଣ୍ଡଳୀର ଶଙ୍ଖଣାଠାରେ ବନ୍ଧୁମିଳନ ନାମରେ କଂଗ୍ରେସର କର୍ମୀ ସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ...

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri