ଭବାନୀପାଟଣା,୧୫ା୬(ଡି.ଏନ୍.ଏ.): ଟାଟାଷ୍ଟିଲର ଦ୍ୱାଦଶତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ୩୦୦ଟି ବିଦ୍ୟାଳୟର ୬୩ ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଟପ୍-୨୦ରେ ପଞ୍ଚମସ୍ଥାନ ଅଧିକାର କରିଛନ୍ତି ଅମ୍ବିକା ନନ୍ଦ। ସେ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାର ଏକମାତ୍ର ପ୍ରତିଯୋଗୀ ଯେ କି, ଅହମଦାବାଦସ୍ଥିତ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର) ପରିଭ୍ରମଣରେ ଯାଇ ଫେରି ଆସିଛନ୍ତି। ସେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେସିଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ଅଟନ୍ତି। ସେ ଶିକ୍ଷୟିତ୍ରୀ ସୁକାନ୍ତି କୁମାରୀ ସୁନି ଓ ମନୋଜ କୁମାର ନନ୍ଦଙ୍କ ସୁପୁତ୍ରୀ ଅଟନ୍ତି। ଭବିଷ୍ୟତରେ ଅମ୍ବିକା ଚନ୍ଦ୍ର ଉପରେ ଗବେଷଣା କରିବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି।