କୃଷି ଋଣ ହଡ଼ପ ଅଭିଯୋଗ: ଚାଷୀ ଥାନାର ଦ୍ୱାରସ୍ଥ

ଛେଣ୍ତିପଦା,୧୬।୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ଚାଙ୍ଗୁଡିଆ ସମବାୟ ସମିତିରେ ଚାଷୀଙ୍କ ଋଣ ଟଙ୍କା ହଡପ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ କେସ ନଂ. ୨୭୩/୧୯ରେ ଏକ ମାମଲା ରୁଜୁ କରି ସମବାୟ ସମିତିର ସଭାପତିଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଅନ୍ୟପକ୍ଷରେ ସମିତି ସେକ୍ରେଟାରୀଙ୍କୁ ପୋଲିସ ପଚରା ଉଚରା ପରେ ପୋଲିସ ଛାଡି ଦେଇଥିବା ଜଣାପଡ଼ିଛି। ଟଙ୍କା ହଡ଼ପର ଶିକାର ହୋଇଥିବା ସେହି ଗ୍ରାମର ଚାଷୀ ଭିକାରୀ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି, ସମିତିର ଅନେକ ଚାଷୀଙ୍କ ଅଗୋଚରରେ ସେମାନଙ୍କ ଖାତାରେ କୃଷି ଋଣ କରାଯାଇଛି। କିନ୍ତୁ ଋଣ ଟଙ୍କା ଚାଷୀଙ୍କୁ ନ ଦିଆଯାଇ ସମିତି ପକ୍ଷରୁ ଏନଇଏଫଟି ମାଧ୍ୟମରେ ହଡପ କରିଛନ୍ତି। ତାଙ୍କୁ ମିଶାଇ ବାବୁଲି ସାହୁ, ସୁଧାକର ସାହୁ, ଟୁଟୁ ସାହୁ, ଚିନ୍ତ ସାହୁ ପ୍ରମୁଖଙ୍କ ନାମରେ ଟଙ୍କା ଋଣ କରାଯାଇ ଲୁଟ୍‌ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ବାବୁଲି ସାହୁଙ୍କ ନାମରେ ୧୦,୦୦୦ ଟଙ୍କା ଋଣ ହୋଇଥିବାବେଳେ ୮୦୦୦ ଟଙ୍କା ପାଇଛନ୍ତି। ସେହିପରି ଭିକାରୀ ସାହୁଙ୍କ ନାମରେ ୧୨୫୦୦ ଟଙ୍କା ଋଣ ହୋଇଥିବାବେଳେ ସେ ୭୦୦୦ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ସୁଧାକର ସାହୁଙ୍କ ନାମରେ ୨୨୦୦୦ ଓ ଟୁଟୁ ସାହୁଙ୍କ ନାମରେ ୧୦୦୦୦୦ ଟଙ୍କା ଋଣ ହୋଇଥିବାବେଳେ ଉଭୟେ ଆଦୌ ଅର୍ଥ ପାଇନାହାନ୍ତି। ଚିନ୍ତ ସାହୁଙ୍କ ନାମରେ ୨୦୦୦୦ ଟଙ୍କା ଋଣ ହୋଇଥିବାବେଳେ ୬୦୦୦ ଟଙ୍କା ପାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏ ନେଇ ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି, ସମିତିର ସଭାପତିଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ୪ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ କେତେ ଟଙ୍କା ହଡ଼ପ ହୋଇଛି ଓ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

Featured Video Play Icon

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଜଣାଇଲା ଓକିଲ ସଂଘ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅସାମାଜିକ ଏବଂ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣାକୁ ନେଇ ବିରୋଧ...

ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୫।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri