କେତେ କୃତଘ୍ନ ହେବା

ଭୁବନେଶ୍ୱର, ୬।୫ (ଜିତେନ୍ଦ୍ର କୁମାର ନାୟକ): କରୋନା ଭାଇରସ୍‌ ସଂକ୍ରମଣରୁ ଦେଶକୁ ରକ୍ଷାକରିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ମେ’ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କିଛିଦିନ ହେବ କୁହାଯାଇଆସୁଛି ଯେ, ଚଳିତ ମାସ ଶେଷ ଆଡ଼କୁ ସଂକ୍ରମଣ ସ୍ତର ବୃଦ୍ଧି ପାଇବ। ମଙ୍ଗଳବାରର କୋଭିଡ୍‌-୧୯ ସ୍ଥିତି ଦେଖିଲେ ୨୪ ଘଣ୍ଟା ମଧ୍ୟରେ ଭାରତରେ ପାଖାପାଖି ୪ ହଜାର ବ୍ୟକ୍ତିଙ୍କ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୯୫ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ସରକାରଙ୍କ ତତ୍ପରତା ବୃଦ୍ଧି ପାଇବା ସ୍ବାଭାବିକ। ଅନ୍ୟପଟେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେବାକୁ ଯାଇ ତାଲାବନ୍ଦ ନିୟମରେ କିଛିଟା କୋହଳ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ବିଭିନ୍ନ ରାଜ୍ୟରେ କାମ କରିବାକୁ ଯାଇ ଫସିରହିଥିବା ଶ୍ରମିକମାନଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ସରକାରଗୁଡ଼ିକ ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ ଓଡ଼ିଶା ବାହାରେ କାମ କରିବାକୁ ଯାଇଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୨୦ ହଜାର ରାଜ୍ୟକୁ ଫେରି ଆସିଲେଣି। ହେଲେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅସ୍ବାଭାବିକ ବ୍ୟବହାର ଏବେ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଏହି ପ୍ରବାସୀ ଓଡ଼ିଆଙ୍କ ଚରିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଫଳିତ ହେବା ଓ ସେହି ସମ୍ବନ୍ଧୀୟ ଭିଡିଓ ଭାଇରାଲ ହେବା ପରେ ଗାଁଠୁ ସହର ଯାଏ ଲୋକେ କହିବା ଆରମ୍ଭ କଲେଣି କେତେ କୃତଘ୍ନ ଏମାନେ। ରାଜ୍ୟ ସରକାର ଏମାନଙ୍କ ସୁରକ୍ଷା ପାଇଁ ଚିନ୍ତା କରି ପ୍ରଶାସନିକ ସ୍ତରରେ ଯେତେ ବନ୍ଦୋବସ୍ତ କଲେ ମଧ୍ୟ ସେମାନେ ସାମାନ୍ୟତମ କୃତଜ୍ଞତା ପ୍ରଦର୍ଶନ କରୁନାହାନ୍ତି।
ଭଦ୍ରକ ଜିଲା ତିହିଡ଼ି ବ୍ଲକର ଭାଟପଡ଼ା ପଞ୍ଚାୟତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୋଲକାତା ଫେରନ୍ତାଙ୍କ ଟିକ୍‌ଟକ୍‌ ଭିଡିଓ ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏମାନେ ହାତରେ ଝାଡ଼ୁ, ଥାଳି, ଗିନା ଧରି ଗୀତନାଚରେ ମସ୍‌ଗୁଲ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଉପରେ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ହେଲେ ଏହି ଟିକ୍‌ଟକ୍‌ ଭିଡିଓ ଦେଖିଲେ କେତେଜଣ ଅମାନିଆ ନିୟମାବଳୀକୁ ମାନିବାକୁ ସାମାନ୍ୟ ଚେଷ୍ଟା କରିନାହାନ୍ତି। ସେହିପରି ଅନ୍ୟ ଏ ଭିଡିଓ ଯାହା ରାଜ୍ୟବାସୀଙ୍କୁ ଚକିତ କରିଛି, ତାହା ଗଞ୍ଜାମ ଜିଲାରେ ଦେଖିବାକୁ ମିଳିଛି। ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାମାନେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ରବିବାର ଖାଦ୍ୟ ଫିଙ୍ଗା ଫୋଫଡ଼ା କରିଥିଲେ। ଅନୁରୂପ ଭାବେ ବେଗୁନିଆପଡ଼ାରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଫାଟକ ଭାଙ୍ଗି ଶତାଧିକ ପ୍ରବାସୀ ବାହାରକୁ ପଳାଇଯିବା ସେମାନଙ୍କ ଚରିତ୍ରକୁ ପଦାରେ ପକାଇଛି।
ବର୍ତ୍ତମାନ ପରିସ୍ଥିତିରେ ଜୀବନ ବଞ୍ଚାଇବା ଲାଗି ସମସ୍ତେ ଶୃଙ୍ଖଳିତ ହେବାକୁ ଚାହୁଁଥିବା ବେଳେ କେତେ ଜଣ ଫେରନ୍ତା ଚିକେନ୍‌ ନ ହେଲେ ଖାଇବୁ ନାହିଁ, ସପ୍ତାହକୁ ସର୍ବନିମ୍ନ ଏତିକି ଦିନ ଆଇଁଷ ଦିଆଯାଉ ବୋଲି ଦାବି କରୁଛନ୍ତି। ଏଥିସହିତ କେତେକେ ଗୁଟ୍‌ଖା ଓ ପାନ ଦେବାକୁ ମଧ୍ୟ ଦାବି କରୁଛନ୍ତି। ସେମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ବାଧ୍ୟହୋଇ ମାନି ନେଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିକୁ ଦେଖିଲେ ଲୋକେ କହିଲେଣି ପ୍ରଶାସନ ସେମାନଙ୍କ ପ୍ରତ୍ୟେକ ଦାବିକୁ ପୂରଣ ନ କରି ଅମାନିଆଙ୍କୁ ଦଣ୍ଡିତ କରିବା ଦରକାର।
ରାଜ୍ୟ ବାହାରକୁ ନିଜସ୍ବ ଇଚ୍ଛାରେ ରୋଜଗାର କରିବାକୁ ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକେ ନିଜ ଜିଲାରେ ଥିବା ଶ୍ରମ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିବାକୁ ପସନ୍ଦ କରି ନ ଥାନ୍ତି। କିନ୍ତୁ ସୁବିଧା ମାଗିବାକୁ ଯାଇ ସରକାରଙ୍କ ନିକଟରେ ସେମାନେ ଦୂରରୁ ନେହୁରା ହେବା ପରେ ଏବେ ଯେତେବେଳେ ସେମାନଙ୍କୁ ଦୟା ଦେଖାଗଲା, କେତେକେ ଏଭଳି ଅସ୍ବାଭାବିକ ବ୍ୟବହାର ପ୍ରଦର୍ଶନ କରିବା ସବୁକିଛି ବିଗାଡ଼ି ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri