କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୌରାଞ୍ଚଳରେ ଅଡ୍-ଇଭିନ୍ ନମ୍ବର ବ୍ୟବସ୍ଥାକୁ ପ୍ରଶାସନ ଶନିବାର ଲାଗୁ କରିଛନ୍ତି। ଏ ନେଇ ଜିଲାପାଳ ସ୍ବତନ୍ତ୍ର ଚିଠି କରି ଜିଲାର କେନ୍ଦୁଝର, ଚମ୍ପୁଆ, ବଡ଼ବିଲ, ଯୋଡ଼ା, ଆନନ୍ଦପୁର ପୌରାଞ୍ଚଳରେ ଲାଗୁ କରିବାକୁ ଆଦେଶ କରିଛନ୍ତି। ଅଡ୍ ତାରିଖରେ ଅଡ୍ ନଂ .ଗାଡି ଓ ଇଭିନ୍ ତାରିଖରେ ଇଭିନ୍ ନଂ. ଗାଡି ଚଳାଇବାକୁ କୁହାଯାଇଛି। ବିଶେଷକରି ପବ୍ଲିକ ପରିବହନ ଗାଡି ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ନେଇ ଜନ ସଚେତନତା ସୃଷ୍ଟି କରାଯାଇ ନ ଥିବାରୁ ବହୁ ଗାଡିଚାଳକ କଟକଣା ବିଷୟରେ ଜାଣି ନ ଥିବା ଦେଖାଯାଇଛି। ଫଳରେ ଏହି ନିର୍ଦ୍ଦେଶ ଫଳପ୍ରଦ ହୋଇ ପାରୁନାହିଁ।
Posted inଆମ ଜିଲା ଖବର, କେନ୍ଦୁଝର