ଭୁବନେଶ୍ୱର,୪ା୬(ବ୍ୟୁରୋ): ୨୦୦୩ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ଡିଆଇଜି (ଉତ୍ତରାଞ୍ଚଳ ରେଞ୍ଜ୍ ସମ୍ବଲପୁର) ହିମାଂଶୁ ଲାଲଙ୍କୁ କେନ୍ଦ୍ରୀୟ ଡେପୁଟେଶନ୍ରେ ଯିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସେକ୍ରେଟାରିଏଟ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଭୁବନେଶ୍ୱର ଏସ୍ଟିଏଫ୍ ଡିଆଇଜି ତଥା ୨୦୦୫ ବ୍ୟାଚ୍ ଆଇପିଏସ୍ ଅଫିସର ଜୟନାରାୟଣ ପଙ୍କଜଙ୍କୁ ରାଜ୍ୟ ସରକାର ଡିଆଇଜି (ଉତ୍ତରାଞ୍ଚଳ ରେଞ୍ଜ୍ )ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହିମାଂଶୁ ଲାଲ ୪ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେଶନ୍ରେ ରହିବେ।