କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ ଓ୍ବିଲିୟମସନଙ୍କ  ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ପଲ ଆଡାମ୍ସ। ଓ୍ବିଲିୟମ୍‌ସନଙ୍କ ଶତକୀୟ ଇନିଂସ ଅବସରରେ ୩୮ତମ ଓଭରରେ ଉଇକେଟକିପର କ୍ୱିଣ୍ଟନ ଡି’କକ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ଅପିଲ ସତ୍ତ୍ୱେ ଏହାକୁ ଅମ୍ପାୟର ଆଉଟ୍‌ ଦେଇ ନ ଥିଲେ। ଦଳ ନିକଟରେ ରିଭ୍ୟୁ ବାକି ଥିଲା। ହେଲେ ରିଭ୍ୟୁ ବ୍ୟବହାର କରାଯାଇ ନ ଥିଲା। ପରେ ରିପ୍ଲେରେ ବଲ ବ୍ୟାଟ୍‌ରେ ବାଜିଥିବା ଜଣାପଡ଼ିଥିଲା। ଓ୍ବିଲିୟମସନ କାହିଁକି ନିଜ ଆଡୁ ପ୍ୟାଭିଲିଅନ ଫେରି ଗଲେ ନାହିଁ ବୋଲି ଆଡାମ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଆମେ ଜାଣି ନ ଥିଲୁ। ସେତେବେଳେ ମୁଁ ଲଙ୍ଗ ଅନ୍‌ ଅଞ୍ଚଳରେ ଥିଲି। କ୍ୟାଚ୍‌ ବେଳେ କେବଳ ଡି’କକ୍‌ଙ୍କ ହିଁ ନିକଟରେ ଥିଲେ। ତାଙ୍କ ନିଷ୍ପତ୍ତିକୁ ଭରସା କରିଥିଲି ବୋଲି ଡୁ’ପ୍ଲେସି ମ୍ୟାଚ୍‌ ପରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌

ମେଲବୋର୍ନ,୩୦ା୩: ଭାରତୀୟ କ୍ରିକେଟ ଦଳର ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ଅନ୍ତର୍ଜାତୀୟ ଟି୨୦...

ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍‌ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ...

IPL ପଏଣ୍ଟ ଟେବୁଲ୍‌ରେ ଗୁଜରାଟର ଲମ୍ବା ଡିଆଁ, ୬ ଟିମ୍‌କୁ ପଛରେ ପକାଇ…

ନୂଆଦିଲ୍ଲୀ,୩୦।୩: IPL ୨୦୨୫ରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳାଯାଇଛି। ଏଥିରେ ୮ ଦଳ ବିଜୟ ସହ ଖାତା ଖୋଲିଛନ୍ତି। କେବଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ...

ବ୍ୟାନ୍‌ ହେବା ସତ୍ତ୍ୱେ ସୁଧୁରିଲେନି ପାଣ୍ଡ୍ୟା, ପୁଣି ଦୋହରାଇଲେ ଭୁଲ୍‌

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ମ୍ୟାଚ ହାରିଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷରେ...

ମୁମ୍ବାଇକୁ ହରାଇ ଗୁଜରାଟର ପ୍ରଥମ ବିଜୟ

ଅହମଦାବାଦ,୨୯।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୩୬ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ସହାୟତାରେ...

ରୋହିତ ଶର୍ମାଙ୍କ ବଡ଼ ବୟାନ, ଟିମ୍‌ର ଖେଳାଳିଙ୍କ ପାଇଁ କଲେ ଏମିତି ଡିମାଣ୍ଡ

ନୂଆଦିଲ୍ଲୀ,୨୯।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଗତ ନଅ ମାସ ଧରି କ୍ରିକେଟର ଉତ୍ଥାନ-ପତନ ସତ୍ତ୍ୱେ ତାଙ୍କ ଦଳ ସଫଳତା ହାସଲ କରିବା...

RCB ଜିତିବ ଆଇପିଏଲ ଟାଇଟଲ? ଚମକାଇ ଦେଉଛି ଏ ବି ଡିଭିଲିୟର୍ସଙ୍କ ଜବାବ

ନୂଆଦିଲ୍ଲୀ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଇପିଏଲରେ ତାଙ୍କର ସର୍ବୋତ୍ତମ ଆରମ୍ଭ କରିଛି। ଏବେ ଅବସରପ୍ରାପ୍ତ ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲିୟର୍ସ ମନେ କରନ୍ତି...

୪୩ ବର୍ଷ ବୟସରେ CSK ପାଇଁ ଏହି ରେକର୍ଡ କଲେ ଧୋନି

ନୂଆଦିଲ୍ଲୀ,୨୯।୩: IPL ୨୦୨୫ର ୮ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଏମଏସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image