କେବଳ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ଭଉଣୀ ମଧ୍ୟ

‘ବାଘାଯତୀନ ଲୋକନାଟ୍ୟ’ର ଲୋକପ୍ରିୟ ନାଟକ ଅରୁଣ ନାୟକଙ୍କ ରଚିତ ତଥା ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ମୃତ୍ୟୁଦଣ୍ଡ’ ତଥା ‘ତୋ ନଁାକୁ ମୋ ନଁାରେ ଦେଇଛି ଯୋଡ଼ି’ ଦେଖିଥିବା ଦର୍ଶକମାନେ ନିଶ୍ଚୟ ମନେପକେଇ ପାରିବେ ପିଙ୍କିଙ୍କୁ। ଦୁଇଟି ନାଟକରେ ତାଙ୍କର ଥିଲା ଭଉଣୀର ଭୂମିକା। ମଞ୍ଚ ଉପରେ ସେ ଲାଗୁଥିଲେ ସତସତିକା ଭଉଣୀଟେ ପରି। ଭାଇର ଦୁଃଖରେ ଯାହାଙ୍କ ଆଖିରୁ ସତସତିକା ଲୁହ ଝରୁଥିଲା। ଭାଇକୁ କିଛି କହିଲେ ସେହି କଥାଗୁଡ଼ାକ ତାଙ୍କ ଛାତିକୁ ଆସି ଚିରି ଦେଇ ଯାଉଥିଲା। ଭଉଣୀ ଚରିତ୍ରରେ ଅଭିନୟ କରି ପିଙ୍କି କେବଳ ଦର୍ଶକଙ୍କୁ ବିମୋହିତ କରୁ ନ ଥିଲେ; ଅଧିକନ୍ତୁ ନାଟକ ଭିତରେ ମଜ୍ଜି ଯାଇଥିବା ଦର୍ଶକଙ୍କ ପାଇଁ ସେ ପାଲଟି ଯାଉଥିଲେ ଜଣେ ସତସତିକା ଭଉଣୀ।
ତେବେ ଏକଥା ଯଦି କୁହାଯାଏ, ପିଙ୍କି ଓରଫ୍‌ ସାଗରିକା ବିଶୋୟୀ କେବଳ ମଞ୍ଚରେ ଜଣେ ଭଲ ଭଉଣୀ ନୁହନ୍ତି; ସେ ସତସତିକା ଜୀବନରେ ମଧ୍ୟ ଜଣେ ଖୁବ୍‌ ସ୍ନେହୀ ତଥା ଦାୟିତ୍ୱସମ୍ପନ୍ନା ଭଉଣୀ – ତା’ହେଲେ ହୁଏତ ଆପଣମାନଙ୍କର ବିଶ୍ୱାସ ହୋଇ ନ ପାରେ। ମାତ୍ର କଥାଟି ସତ। ଘରେ ସେ ତାଙ୍କ ଭାଇ ଭଉଣୀଙ୍କ ପାଇଁ କେବଳ ଜଣେ ଭଉଣୀ ନୁହନ୍ତି; ସେ ସେମାନଙ୍କ ପାଇଁ ଏକାଧାରରେ ଭାଇ, ଭଉଣୀ, ବାପା, ମା’ ସବୁକିଛି। ଆଉ କୌଣସି ଗପର କାହାଣୀଠାରୁ କିଛି କମ୍‌ ଦୁଃଖଦାୟକ ନୁହେଁ ତାଙ୍କ ଜୀବନର କାହାଣୀ।
କଟକର ପଦ୍ମପୁର ହେଉଛି ପିଙ୍କିଙ୍କ ଗଁ।। ଭାଇ ଭଉଣୀ ତିନିଜଣ ବେଶ୍‌ ହସଖୁସିରେ ଜୀବନ କାଟୁଥିଲେ। ଅଚାନକ ଗ୍ରହଣ ଲାଗିଗଲା ତାଙ୍କ ହସଖୁସିର ସଂସାରରେ। ପିଙ୍କିଙ୍କୁ ମାତ୍ର ୭ବର୍ଷ ବୟସ। ଅନ୍ୟ ଭାଇଭଉଣୀ ଦୁଇଜଣ ଛୋଟ ପିଲା। ବାପା ଚାଲିଗଲେ। ସେତିକିରେ ଶେଷ ହେଲାନି ଦୁଃଖ। ଏହାର ଠିକ୍‌ ପାଞ୍ଚବର୍ଷ ପରେ ଅର୍ଥାତ୍‌ ପିଙ୍କିଙ୍କୁ ଯେତେବେଳ ୧୨ବର୍ଷ ସେତେବେଳେ ମା’ଙ୍କର ବିୟୋଗ ହେଲା। ପିଙ୍କି ଏ ଦୁନିଆରେ ଏକୁଟିଆ ହୋଇଗଲେ। ପୁଣି ତାଙ୍କ କୋଳରେ ଦୁଇଜଣ ସାନ ଭାଇଭଉଣୀ। ତାଙ୍କୁ କେବଳ ନିଜ ପାଇଁ ବଞ୍ଚତ୍ବାକୁ ପଡ଼ିବନି। ସାନ ଭାଇଭଉଣୀଙ୍କୁ ମଣିଷ କରିବାକୁ ହେବ। ସେମାନଙ୍କ ପାଇଁ ଖାଲି ବଡ଼ ଭଉଣୀ ନୁହେଁ; ମା’ବାପା ହେବାକୁ ପଡ଼ିବ। ତେବେ ହାର ମାନି ନ ଥିଲେ ପିଙ୍କି। କମର କଷି ଭାଇଭଉଣୀଙ୍କୁ ମଣିଷ କରିବାକୁ ଶପଥ ନେଇଥିଲେ।
ୟେ ତ ଗଲା ପିଙ୍କିଙ୍କ ବାସ୍ତବ ଜୀବନର କଥା। ପିଙ୍କିଙ୍କ ଯାତ୍ରାକୁ ଆସିବା ଘଟଣାଟି ମଧ୍ୟ ବେଶ୍‌ ନାଟକୀୟ। କଟକ ନିକଟସ୍ଥ ଗୋପାଳପୁରଠାରେ ‘ତ୍ରିରଙ୍ଗା’ ଯାତ୍ରାନୁଷ୍ଠାନର ଆଖଡ଼ା ଚାଲିଥାଏ। ପିଙ୍କିଙ୍କର ଜଣେ ସାଙ୍ଗ ଯାତ୍ରାରେ ଇଣ୍ଟରଭ୍ୟୁ ଦେବାକୁ ଆସିଥିଲେ। ପିଙ୍କି ତାଙ୍କ ସାଥିରେ ଆସିଥିଲେ ଆଖଡ଼ା ଦେଖିବା ପାଇଁ। ତେବେ ସାଙ୍ଗଙ୍କ ସହିତ ସେ ବି ଇଣ୍ଟରଭ୍ୟୁ ଦେଲେ। ପିଙ୍କିଙ୍କ ସାଙ୍ଗ ଉତ୍ତୀର୍ଣ୍ଣ ହୋଇପାରିଲେନି। ମାତ୍ର ପିଙ୍କି ସିଲେକ୍ଟ ହୋଇଗଲେ। ଯାତ୍ରାକୁ ଆସିଲେ ପିଙ୍କି। ପ୍ରଥମ ନାଟକ ଥିଲା ‘ତ୍ରାହି ଲକ୍ଷ୍ମଣ’। ପିଙ୍କି ଯାହା ବି କରୁଥିଲେ ହୃଦୟର ସହ କରୁଥିଲେ। କାରଣ ତାଙ୍କୁ ତାଙ୍କର ଭାଇଭଉଣୀ ଦୁହିଙ୍କୁ ମଣିଷ କରିବାର ଥିଲା।
ଏବେ ଯାତ୍ରାଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ପିଙ୍କି। ‘ତ୍ରିରଙ୍ଗା’ ପରେ ପରେ ‘ନିୟତି’, ‘ଟାଇଗର ତାରିଣୀ’, ‘ସଚ୍ଚିଦାନନ୍ଦମ୍‌’, ‘ତ୍ରିନାଥ’ ଆଦି ଅନୁଷ୍ଠାନରେ କାମ କରି ଏବେ ଆସି ପହଞ୍ଚତ୍ଛନ୍ତି ବାଘାଯତୀନ ଲୋକନାଟ୍ୟରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରୁ କେତୋଟି ହେଉଛି ‘ଏମିତି ନାରୀକୁ ଦୂରୁ ଜୁହାର’, ‘ସୁନା କଣ୍ଢେଇ’, ‘ଝରଣା ଖୋଜୁଛି ନିଜ ଠିକଣା’, ‘ତୋ ନଁାରେ ମୋ ନଁ।କୁ ଦେଇଛି ଯୋଡ଼ି’, ‘ମୃତ୍ୟୁଦଣ୍ଡ’। ଚଳିତବର୍ଷ ତାଙ୍କ ହାତରେ ରହିଛି ‘ସୀତାର ଜଳୁଛି ଚିତା’, ‘ତମ ସିନ୍ଦୂର କୋଉ ସ୍ବାମୀ’ର ଏବଂ ‘ସତ ସିନ୍ଦୂରକୁ ମିଛ କନିଅଁା’ ଭଳି ନାଟକ।
ପିଙ୍କି କେବଳ ଯାତ୍ରା ଜଗତରେ ନିଜକୁ ପ୍ରତିଷ୍ଠିତ କରିନାହାନ୍ତି। ଭାଇ ଭଉଣୀଙ୍କୁ ମଧ୍ୟ ମଣିଷ କରିଛନ୍ତି। ଭାଇ ଭଉଣୀଙ୍କୁ ବାହା ଦେଇଛନ୍ତି। ଏବେ ମଧ୍ୟ ପିଙ୍କି ସେମାନଙ୍କ ପାଇଁ ଭଉଣୀ ନୁହେଁ; ମା’। ତେବେ ଏତେ ସବୁ ଦାୟିତ୍ୱ ମଧ୍ୟରେ ନିଜ କଥା ଭୁଲି ଯାଇଛନ୍ତି ପିଙ୍କି। ”ମୁଁ ମୋ କଥା ଚିନ୍ତା କରିନି। ଚିନ୍ତା କରିବାକୁ ସମୟ ପାଇନି। ଭଗବାନ ମୋ ଭାଇଭଉଣୀଙ୍କୁ ମଣିଷ କରିବା ପାଇଁ ମୋତେ ଯେଉଁ ଦାୟିତ୍ୱ ଦେଇଥିଲେ ତାହାକୁ ମୁଁ ମୋ କର୍ତ୍ତବ୍ୟ ବୋଲି ମାନିନେଇଛି। ମୋ ଭାଇ ଭଉଣୀଙ୍କ ସଂସାର ମୋ ସଂସାର। ସେମାନଙ୍କ ଖୁସି ହେଉଛି ମୋ ଖୁସି“ ବୋଲି କହନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍‌ ବି’ କରିଥିଲେ ଏମିତି କାମ…

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ...

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର...

ଗୋବିନ୍ଦାଙ୍କ ଶରୀରରେ କେମିତି ବାଜିଲା ଗୁଳି: ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଛି। ସକାଳେ ନିଜ ପିସ୍ତଲ ରଖୁଥିବାବେଳେ ହଠାତ୍‌ ଅସାବଧାନତା କାରଣରୁ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା। ଏହା ପରେ...

ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧।୧୦: ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା...

ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ,୧।୧୦: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ...

ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ ଚଳିତବର୍ଷ ବେଶ୍‌ ଆଶାଜନକ ରହିଛି। ’କ୍ରୁ’ ଏବଂ ‘ତେରି ବାତୋଂ ମେ ଏସା ଉଲଜା ଜିଆ’ ଭଳି ହିଟ୍‌...

ଏମର୍ଜେନ୍ସି: କଇଁଚି ପାଇଁ କଙ୍ଗନା ରାଜି

ମୁମ୍ବାଇ,୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ଏମର୍ଜେନ୍ସି’ର କେତେକ ଦୃଶ୍ୟରେ କାଟଛାଣ୍ଟ ପାଇଁ ଅଭିନେତ୍ରୀ ତଥା ପ୍ରଯୋଜିକା କଙ୍ଗନା ରାଣାଓ୍ବତ୍‌ ରାଜି...

ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା

ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri