କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ କିଛି ଦିନ ଆଗରୁ ଘର ସଫା କାର୍ଯ୍ୟ ସାରିଦେଇଥିବା ବେଳେ ଦୀପାବଳି ଦିନ ଘରକୁ ରଙ୍ଗୋଲି, ଫୁଲ ଓ ଦୀପରେ ସଜେଇ ଥାଆନ୍ତି। ହେଲେ ଜାଣିଛନ୍ତି କି, ଏହି ସୁନ୍ଦର ପର୍ବ କେବେଠାରୁ ଆରମ୍ଭ ହୋଇଛି; ତାହାର ପାଳନକୁ ନେଇ ବହୁ ଭିନ୍ନ ଭିନ୍ନ ପୌରାଣିକ କାହାଣୀ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି …
ରାମଙ୍କ ଅଯୋଧ୍ୟା ଆଗମନ: ପୌରାଣିକ ମତରେ ଭଗବାନ୍‌ ଶ୍ରୀରାମ ଯେତେବେଳେ ଲଙ୍କାପତି ରାବଣଙ୍କୁ ବଧ କରି ୧୪ ବର୍ଷର ବନବାସ ସାରି ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଘେନି ଅଯୋଧ୍ୟା ଫେରିଥିଲେ, ସେତେବେଳେ ରାଜ୍ୟବାସୀ ବହୁ ଖୁସି ମନାଇଥିଲେ। ଏଥିପାଇଁ ସବୁ ଗଁା ଓ ନଗରରେ ସେମାନେ ଦୀପ ଜଳାଇ ତାଙ୍କୁ ସ୍ବାଗତ କରିଥିଲେ। ସେହି ଦିନଠାରୁ ଅନ୍ଧକାର ଉପରେ ଆଲୋକର ବିଜୟକୁ ଦୀପାବଳି ଭାବେ ପାଳନ କରାଯାଇ ଆସୁଛି।
ଧନନ୍ତ୍ୱରୀ ପ୍ରକଟ: ସେହିପରି ପୌରାଣିକ ମତ ଅନୁସାରେ ସତ୍ୟଯୁଗରେ ହିଁ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ୍‌ ଧନତେରାସ୍‌ ଦିନ ସମୁଦ୍ର ମନ୍ଥନରୁ ଧନନ୍ତ୍ୱରୀ ଅମୃତ କଳସ ନେଇ ଆବିର୍ଭାବ ହୋଇଥିଲେ। ତେବେ ତାଙ୍କର ଏହି ଜନ୍ମଦିନକୁ ଧନତେରାସ୍‌ ଭାବେ ପାଳନ କରାଯାଏ। ଏହାପରେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ ଦୀପ ଉତ୍ସର୍ଗ କରାଯାଇଥିବାରୁ ଏହାକୁ ଦୀପାବଳି ପର୍ବ କୁହାଯାଏ।
ପାଣ୍ଡବଙ୍କ ଆଗମନ: ଦୀପାବଳିକୁ ନେଇ ଅନ୍ୟ ଏକ କାହାଣୀ ମଧ୍ୟ ଶୁଣାଯାଏ। ଏହା ପଞ୍ଚୁପାଣ୍ଡବଙ୍କ ସହିତ ମଧ୍ୟ ଯୋଡି ହୋଇଛି। ଯେତେବେଳେ ପାଣ୍ଡବମାନେ ବନବାସ ସାରି ଘରକୁ ଫେରିଥିଲେ, ସେହିଦିନ ନଗରବାସୀ ଖୁସିରେ ଉତ୍‌ଫୁଲ୍ଲିତ ହୋଇପଡ଼ିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ନଗରସାରା ଦୀପ ପ୍ରଜ୍ୱଳନ କରିଥିଲେ। ସେହି ଦିନଠାରୁ ଦୀପାବଳିର ଆରମ୍ଭ ବୋଲି କୁହାଯାଏ।
ଶ୍ରୀକୃଷ୍ଣଙ୍କ ନରକାସୁର ବଧ: ଭଗବାନ୍‌ ଶ୍ରୀକୃଷ୍ଣ ସ୍ତ୍ରୀ ସତ୍ୟଭାମାଙ୍କ ସହାୟତାରେ ଅସୁର ରାଜା ନରକାଙ୍କୁ ବଧ କରିଥିଲେ। କାରଣ ନରକା ସୁର ଜଣେ ମହିଳାଙ୍କ ହସ୍ତରେ ବଧ ହେବାକୁ ଅଭିଶାପ ଥିଲା। ଯୋଗକୁ ସେହିଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପଡ଼ିଥିଲା। ତେବେ ନରକା ସୁରର ଆତଙ୍କ ଓ ଅତ୍ୟାଚାରରୁ ମୁକ୍ତି ମିଳିବା ଖୁସିରେ ଲୋକେ ଦୀପୋତ୍ସୋବ କରିଥିବା ବେଳେ ତା ପରଦିନ ଦୀପାବଳି ଉତ୍ସବ ପାଳନ କରିଥିଲେ।
ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା: ସାଧାରଣତଃ ଦୀପାବଳି ଦିନ ଭଗବାନ୍‌ ଗଣେଶ ଓ ମା’ ଲକ୍ଷ୍ମୀଙ୍କୁ ଏକାସାଙ୍ଗରେ ପୂଜା କରାଯାଇ ଶୁଭ କାମନା କରାଯାଇଥାଏ। କାରଣ ଭଗବାନ୍‌ ଗଣେଶ ଜ୍ଞାନର ଦେବତା ହୋଇଥିବା ବେଳେ ମା’ ଲକ୍ଷ୍ମୀ ଧନର ଦେବୀ। ତେଣୁ ସମସ୍ତେ ଜାଣନ୍ତି ଜୀବନରେ ଧନ ବିନା ବିଦ୍ୟା ଏବଂ ବିଦ୍ୟା ବିନା ଧନ ଅସମ୍ପୂର୍ଣ୍ଣ। ତେଣୁ ଉକ୍ତ ତିଥିରେ ଉଭୟ ଦେବତାଙ୍କୁ ପୂଜା କରି ଧନ ଏବଂ ବିଦ୍ୟାର ଅଧିକାରୀ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri