ମାଡ୍ରିଡ୍,୩୧।୫- ପୂର୍ବତନ ଜୁଭେଣ୍ଟସ ଓ ଚେଲସି ମ୍ୟାନେଜର ଆଣ୍ଟିନୋ କୋଣ୍ଟେଙ୍କୁ ଇଣ୍ଟର ମିଲାନ ଦଳର ନୂଆ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ଲବ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଲୁସିଆନୋ ସ୍ପାଲେଟିଙ୍କ ସ୍ଥାନ ନେଇଛନ୍ତି କୋଣ୍ଟେ। ପୂର୍ବତନ ଇଟାଲିଆନ ଖେଳାଳି ଲୁସିଆନୋଙ୍କ ନେତୃତ୍ୱରେ ମିଲାନ ଦଳ ଦୁଇଟି ସିଜନ ଖେଳିବା ପରେ ତାଙ୍କୁ ପଦରୁ ବିଦା କରିଛି। ଚଳିତ ସିଜନରେ ଦଳ ସିରିି ଏ’ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହି ଚାମ୍ପିୟନ୍ସ ଲିଗ୍ ଯୋଗ୍ୟତା ଅର୍ଜନ କରିଛି। କୋଣ୍ଟେ ପୂର୍ବତନ ଜୁଭେଣ୍ଟସ କାର୍ଯ୍ୟକାରୀ ମୁଖ୍ୟ ବେପ୍ପେ ମାରୋଟାଙ୍କ ସହ କାର୍ଯ୍ୟ କରିବେ। ଦୁଇ ଜଣଙ୍କ ନେତୃତ୍ୱରେ ଜୁଭେଣ୍ଟସ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ୩ ଥର ଲିଗ୍ ଟାଇଟଲ ଜିତିଥିଲା। ଏହାପରେ ଚେଲସି ସହ ପ୍ରଥମ ସିଜନରେ ପ୍ରିମିୟର ଲିଗ୍ ଟାଇଟଲ ଜିତିବା ପରେ ଏଫ୍ଏ କପ୍ ହାତେଇଥିଲା।