Posted inଖେଳ

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ତୋ ଆଲେଗ୍ରେ,୨୯।୬-
ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ବ୍ରାଜିଲ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଏହି ଦଳ ଶୁଟ୍‌ଆଉଟ୍‌ ଜରିଆରେ ପାରାଗୁଏକୁ ପରାସ୍ତ କରିଛି। ୨୦୧୧ ଓ ୨୦୧୫ ସଂସ୍କରଣରେ ପାରାଗୁଏ କ୍ୱାର୍ଟର ଫାଇନାଲରେ ସମାନ ପରିସ୍ଥିତିରେ ଶୁଟ୍‌ଆଉଟ ଜରିଆରେ ବ୍ରାଜିଲକୁ ହରାଇ ବିଦା କରିଥିଲା। ଏଥର ବ୍ରାଜିଲ ତାହାର ମଧୁର ପ୍ରତିଶୋଧ ନେଇଛି। ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲେହେଁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲା। ଓ୍ବିଲିଆନ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେହେଁ ତାଙ୍କ ଶଟ୍‌ ଗୋଲ୍‌ପୋଷ୍ଟରେ ବାଜି ଆଉଟ୍‌ ହୋଇଯାଇଥିଲା। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ରବର୍ଟୋ ଫାରମିନୋଙ୍କୁ ଏକ ପ୍ରଫେଶନାଲ ଫାଉଲ ଯୋଗୁ ପାରାଗୁଏର ଫାବିଆନୋ ବାଲ୍‌ବୁଏନାଙ୍କୁ ରେଡ୍‌କାର୍ଡ ହେଇଥିଲା। ଫଳରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ହୋଇଥିଲା। ଏହାପରେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ବ୍ରାଜିଲ ୪-୩ ବ୍ୟବଧାନରେ ମ୍ୟାଚ୍‌ ଜିତିଥିଲା।
ଏହି ପର୍ଯ୍ୟାୟରେ ବ୍ରଜିଲ ପକ୍ଷରୁ ଓ୍ବିଲିଆନ ଡିସିଲ୍‌ଭା, ମର୍କ୍ୱିନହୋସ, ଫିଲିପେ କୌଟିନ୍‌ହୋ, ଗାବ୍ରିଏଲ ଜିସସ ଗୋଲ ଦେଇଥିବାବେଳେ ପିର୍ମିନୋ ମିସ୍‌ କରିଥିଲେ। ପାରାଗୁଏ ପକ୍ଷରୁ ଆଲମିରନ, ଭାଲଡେଜ, ଓ ଆର. ରୋଜାସ ଗୋଲ ଦେଇଥିବାବେଳେ ଦୁଇ ତାରକା ଖେଳାଳି ଗୁସ୍ତାଭୋ ଗୋମେଜ ଓ ଆଲବର୍ଟୋ ଗୋଞ୍ଜାଲେଜ ମିସ୍‌ କରିଥିଲେ। ପାରାଗୁଏର ଗୋମେଜଙ୍କ ଉଦ୍ୟମକୁ ବ୍ରାଜିଲ ଗୋଲକିପର ଆଲିସନ ବେକାର କରି ଦେଇଥିଲେ। ତାଙ୍କ ପରେ ଗତ ମ୍ୟାଚ୍‌ରେ ପେନାଲ୍ଟି ହାତଛଡ଼ା କରିଥିବା ଗାବ୍ରିଏଲ ଜିସସ ବ୍ରାଜିଲ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ବ୍ରାଜିଲ ଗଣମାଧ୍ୟମ ଏହି ମ୍ୟାଚ ଖବର ଛାପିଲା ବେଳେ ୨୦୧୧ରେ ଆର୍ଜେଣ୍ଟିନା ଏବଂ ଏହାର ୪ ବର୍ଷ ପରେ ଚିଲିରେ ଯନ୍ତ୍ରଣାଦାୟକ ସ୍ମୃତିକୁ ମନେ ପକାଇଛନ୍ତି। ପାରଗୁଏ କିପରି ରକ୍ଷଣାତ୍ମକ ଖେଳି ସ୍ପଟ୍‌ କିକ୍‌ ଲଟୋରୀରେ ଜିତାପଟ ହାସଲ କରିଥିଲା ତାହାକୁ ସେମାନେ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଏଥର କିନ୍ତୁ ଗୋଲକିପର ଆଲିସନଙ୍କ ଚମତ୍କାର ଗୋଲ ରକ୍ଷଣ ଯୋଗୁ ବ୍ରାଜିଲ ଜିତାପଟ ହାସଲ କରିଛି। ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ବିଜେତାକୁ ବ୍ରାଜିଲ ସେମିଫାଇନାଲରେ ଭେଟିବ।
ଲିଗ୍‌ ପର୍ଯ୍ୟାୟରେ ବ୍ରଜିଲ ଗ୍ରୁପ ‘ଏ’ରେ ବଲିଭିଆକୁ ୩-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବାବେଳେ ଭେନେଜୁଏଲା ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ତୃତୀୟ ମ୍ୟାଚରେ ପେରୁକୁ ୫-୦ ଗୋଲରେ ହରାଇ ଗ୍ରୁପ୍‌ରେ ୭ ପଏଣ୍ଟ ସହ ଶୀର୍ଷସ୍ଥାନ ହାସଲ କରିଥିଲା। ଦୁଇ ସେମିଫାଇନାଲ ଯଥାକ୍ରମେ ଜୁଲାଇ ୨ ଓ ୩ରେ ଅନୁଷ୍ଠିତ ହେବ। ଫାଇନାଲ ଜୁଲାଇ ୭ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri