କୋଭିଡ୍‌ ପରିଚାଳନାରୁ ହଟିଲେ ୯ ବରିଷ୍ଠ ଆଇଏଏସ୍‌ ଅଫିସର

ଭୁବନେଶ୍ୱର,୫ା୬(ବ୍ୟୁରୋ)- ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର କୋଭିଡ୍‌-୧୯ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ କମିଟିର ମୁଖ୍ୟ ପଦବୀରୁ ଅବ୍ୟାହତି ଦେଇଛନ୍ତି। ଏଥିସହିତ ଆହୁରି ୯ ଜଣ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ କୋଭିଡ୍‌ ପରିଚାଳନା ଅତିରିକ୍ତ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦେଖି ସରକାର ତାଙ୍କୁ ଚିକିତ୍ସା ସାମଗ୍ରୀ କ୍ରୟ କମିଟିର ମୁଖ୍ୟ ପଦବୀରେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ।
କିଛିଦିନ ପୂର୍ବରୁ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ଗୋଦାମ ସମ୍ମୁଖରେ ପିପିଇ, ମାସ୍କ ଏବଂ ସାନିଟାଇଜର ବୋଝେଇ ୨୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ୩ /୪ ଦିନ କାଳ ଛିଡା ହୋଇ ରହିଲା। ସେହି ସାମଗ୍ରୀଗୁଡିକୁ ନିଗମ ଗ୍ରହଣ କରି ନ ଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମେ ୩୧ ତାରିଖରେ ସରକାର କେବଳ ପିପିଇ ସାମଗ୍ରୀ ଗ୍ରହଣ କରିଥିଲେ। ମେ ୨୦ ତାରିଖ ପୂର୍ବରୁ ମାସ୍କ ଓ ସାନିଟାଇଜର ଯୋଗାଇଦେବାକୁ କୁହାଯାଇଥିବା ବେଳେ ଏହି ଡେଡ୍‌ଲାଇନ ପରେ ଉକ୍ତ ସାମଗ୍ରୀ ବୋଝେଇ କିଛି ଟ୍ରକ୍‌ ଆସିଥିଲା। ଡେଡ୍‌ଲାଇନ ପରେ ଅର୍ଥାତ୍‌ ମେ ୩୧ ପରେ ଯୋଗାଣକାରୀ ସଂସ୍ଥାର କୌଣସି ସାମଗ୍ରୀ ଗ୍ରହଣ ନ କରିବାକୁ ଓଏସ୍‌ଏମ୍‌ସିଏଲ୍‌ ପରିଚାଳନା ନିର୍ଦ୍ଦେଶକ ଯାମିନ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଓଏସ୍‌ଏମ୍‌ସିଏଲ୍‌ ୧୫.୭ ଲକ୍ଷ ପିପିଇ, ୨.୨ କୋଟି ତ୍ରିସ୍ତରୀୟ ମାସ୍କ, ୭.୫ ଲକ୍ଷ ଏନ୍‌୯୫ ମାସ୍କ ଏବଂ ୧.୭ କୋଟି ନୋଜ କ୍ଲିପ୍‌ ମାସ୍କ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଅର୍ଡର କରିଥିଲା। ମେଡିକାଲ ସାମଗ୍ରୀ କ୍ରୟ କମିଟି ପ୍ରଥମ ପର୍ଯ୍ୟାୟରେ ମେ ୩୧ ସୁଦ୍ଧା ପିପିଇ ଯୋଗାଇବାକୁ ଯୋଗାଣକାରୀ ସଂସ୍ଥାକୁ ଅର୍ଡର ଦେଇଥିବା ବେଳେ ପରେ ତାହାକୁ ମେ ୨୬କୁ ବୃଦ୍ଧି କରାଯାଇଥିଲା। ଉକ୍ତ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ନ ପହଞ୍ଚିବାରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗାଣକାରୀ ସଂସ୍ଥାକୁ ଜଣାଇଥିଲେ ଯେ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍‌, ମାସ୍କ ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଗଚ୍ଛିତ ଅଛି। ଏହାକୁ ଓଡ଼ିଶା ନ ପଠାଇ ଆବଶ୍ୟକ କରୁଥିବା ଅନ୍ୟ ରାଜ୍ୟକୁ ଦେବା ପାଇଁ ଜଣାଇଥିଲେ। ଏହା ସତ୍ତ୍ୱେ ଉକ୍ତ ଚିକିତ୍ସା ଉପକରଣ ବୋଝେଇ ଟ୍ରକ୍‌ ଓଡ଼ିଶାରେ ପହଞ୍ଚିଥିଲା। ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଭାଜପା ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଏ ନେଇ ସମାଲୋଚନା କରିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ସରକାର ୯ ଜଣ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପ୍ରମୁଖ ସଚିବ ଥିବା ଅନୁ ଗର୍ଗଙ୍କୁ କୋଭିଡ୍‌-୧୯ ପ୍ରଶିକ୍ଷଣ ଏବଂ ଇଆଇସି କାର୍ଯ୍ୟକ୍ରମର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ସିଏମ୍‌ଡି ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତାଙ୍କ ଓଏସ୍‌ଡି , ଜଳ ସମ୍ପଦ ବିଭାଗ ସଚିବ ସୁରେନ୍ଦ୍ର କୁମାରଙ୍କୁ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ନୋଡାଲ ଅଫିସର, କ୍ରୀଡା ଓ ଯୁବସେବା ବ୍ୟାପାର ବିଭାଗର ସଚିବ ବିଶାଳ କୁମାର ଦେବଙ୍କ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ, ପୂର୍ତ୍ତ ବିଭାଗର ସଚିବ କ୍ରିଷନ କୁମାରଙ୍କୁ କୋଭିଡ୍‌-୧୯ ଡିଜିଟାଲ ରେସ୍‌ପନ୍ସ ସିଷ୍ଟମ ଏବଂ ପ୍ରବାସୀଙ୍କ ବାଧ୍ୟତାମୂଳକ ନାମ ପଞ୍ଜୀକରଣ ସକାଶେ ପୋର୍ଟାଲ ସୃଷ୍ଟି କରିବା ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ କୋଭିଡ୍‌ ପରିଚାଳନାରେ ସହାୟତା କରିବା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ମୁଖ୍ୟ ଶାସନ ସଚିବ ଓଏସ୍‌ଡି, ଓଏସ୍‌ଇପିଏର ରାଜ୍ୟ ରାଜ୍ୟ ପ୍ରକଳ୍ପ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ସହାୟତା କରିବା, ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ନିର୍ଦ୍ଦେଶକଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ସଚିବଙ୍କୁ କୋଭିଡ୍‌ ପରିଚାଳାନାରେ ସହାୟତା କରିବା ନେଇ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ଉକ୍ତ ଆଇଏଏସ୍‌ଙ୍କୁ ସରକାର ଅତିରିକ୍ତ ସମସ୍ତ କୋଭିଡ୍‌ ପରିଚାଳନା ଦାୟିତ୍ୱରୁ ମୁକ୍ତ କରି ଦେଇଛନ୍ତି। କୋଭିଡ୍‌ ପରିଚାଳନାରେ ଅଫିସରମାନଙ୍କ କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ ମେଡିକାଲ ଉପକରଣ କ୍ରୟ, ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା, ରେଳ ଓ ବସ୍‌ରେ ଆସିଥିବା ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖିବା ଆଦି କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତା ସହ ତୁଲାଇଛନ୍ତି। ତେବେ ଆଇଏଏସ୍‌ମାନଙ୍କୁ ଦାୟିତ୍ୱରୁ ହଟାଇବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସଫଳତା ଛୁଇଁବାରେ ପ୍ରତିବନ୍ଧକ ସାଜେନି ଶବ୍ଦ

ଭୁବନେଶ୍ୱର,୨୩ା୯ (ବନ୍ଦନା ସେଠୀ): ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଭାଷା। ଆମେ କହୁଥିବା ପ୍ରତିଟି ଶବ୍ଦକୁ ନେଇ ତିଆରି ହୁଏ...

ବନ୍ଦ ଡାକରା ପ୍ରତ୍ୟାହୃତ କରିନେଲା ବିଜେଡି, କହିଲା ଏହି ବଡ଼ କାରଣ…

ଭୁବନେଶ୍ୱର,୨୩ା୯: ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି। ଏନେଇ ବିଜେଡି ପକ୍ଷରୁ ସୋମବାର ଏକ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର-ବାନ୍ଧବୀ, ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋମବାର ଲୋକସେବା ଭବନରେ ଭେଟିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ। ତାଙ୍କ ସହ ତାଙ୍କ ବାପା ମଧ୍ୟ ଅଛନ୍ତି। କିଛି...

ସଂଗଠନ ମଜଭୁତ ପାଇଁ କର୍ଣ୍ଣମନ୍ତ୍ର ଦେଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦିନିକିଆ ଗସ୍ତ ହୋଇଛି। ଏହି ସମୟରେ ସେ ଦାରିଙ୍ଗବାଡ଼ି...

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଯଦି ଏହି ଘଟଣା ସହ ଆଉ…

ଭୁବନେଶ୍ୱର,୨୩ା୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।...

ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍‌ ଲାଇନ୍‌ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍‌ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri