ବେଗୁନିଆପଡ଼ା,୨୯ା୪(ଡି.ଏନ.ଏ.)-କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ବେଗୁନିଆପଡ଼ା ବ୍ଲ୍ଳକ ଏସ୍.ଛଚିନା ଗ୍ରାମରେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ଏବଂ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି। ପ୍ରଭାତରୁ କୁମ୍ଭ, ମାଟି ଘୋଡା, ବାନା ଧରି ସାମାଜିକ ଦୂରତ୍ୱ ରକ୍ଷା କରି ଗଁା ବୁଲି କରୋନା ପ୍ରତି ସଚେତନ ରହିବାକୁ ଅନୁରୋଧ କରିଥିଲେ।