କୋର୍ଟ ଭ୍ୟାନ-ଟ୍ରକ ଧକ୍କା: କଏଦୀ, ୪ ପୋଲିସ କର୍ମଚାରୀ, ଚାଳକ ଗୁରୁତର

ରସୁଲପୁର,୬।୪(ଡିଏନଏ): କରୋନା କଟକଣା ପାଇଁ ଚାରିଆଡ ଶୂନଶାନ ରହିଛି। ଏହାସତ୍ତ୍ୱେ ଜଣେ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରାସ୍ତା ନିୟମ ଉଲ୍ଲଂଘନ ଯୋଗୁ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥର ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀ ପୋଲ ନିକଟରେ କୋର୍ଟ ଭ୍ୟାନ (ଓଡି୦୫ଏଏମ୨୨୦୯) ସହ ଏକ ଟ୍ରକ(ଡବ୍ଲ୍ୟୁବି୧୫ବି୫୮୯୬)ର ଦୁର୍ଘଟଣା ଘଟିଛି। ଫଳରେ ୪ ପୋଲିସ କର୍ମଚାରୀଙ୍କ ସମେତ ଜଣେ କଏଦୀ ଓ ଟ୍ରକ ଚାଳକ ଆହତ ହୋଇଛନ୍ତି। ଆହତକଙ୍କ ମଧ୍ୟରୁ ଉଭୟ ଗାଡି ଚାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତକଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆହତ ପୋଲିସ କର୍ମଚାରୀମାନେ ବାଲେଶ୍ୱର ଅଞ୍ଚଳର ଭ୍ୟାନ ଚାଳକ ହାବିଲଦାର ବନୋଜ କୁମାର ମହାନ୍ତି, ଲାନ୍ସର ମନୋରଞ୍ଜନ ମହାପାତ୍ର, କନଷ୍ଟେବଳ ନାରାୟଣ ରାଉତ, ମମତା ମୁର୍ମୁ ହୋଇଥିବାବେଳେ କଏଦୀ ଜଣକ ଚୌଦ୍ୱାର ଜେଲରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବାଂଲାଦେଶ ଅଞ୍ଚଳର ମହମ୍ମଦ ବାବୁ ଖାନ୍‌ ଓ ଟ୍ରକ ଚାଳକ ବିହାର ଅଞ୍ଚଳର ଅଜୟ କୁମାର ବୋଲି ଜଣାପଡିଛି।
ପ୍ରକାଶ ଯେ, ସୋମବାର ଅପରାହ୍ନରେ କୋର୍ଟ ଭ୍ୟାନ ଚୌଦ୍ୱାରରୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଡାଇଭର୍ସନକୁ ବ୍ୟବହାର ନ କରି ଭୁଲ ପୋଲ ଦେଇ ଯାଉଥିଲା। ପୋଲ ଅତିକ୍ରମ କରିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକର ସମ୍ମୁଖ ଭାଗକୁ ଧକ୍କା ଦେଇଥିଲା। ଖବରପାଇ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ, ଜାରକା ବିଟ୍‌ ହାଉସ ଅଧିକାରୀ ରାଜ କିଶୋର ନାୟକ, ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଆହତଙ୍କୁ ତାଙ୍କ ଗାଡିରେ ଧର୍ମଶାଳା ଥାନାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri