କୌଳିକ ବୃତ୍ତିକୁ ମିଳୁନି ପ୍ରୋତ୍ସାହନ

ହାଟଡିହୀ, ୩୦।୫(ସ୍ବ.ପ୍ର.)-ହାଟଡିହୀ ବ୍ଲକର ବହୁ ଗାଁରେ କାରିଗର ମାନେ ନିଜର ବାପଗୋସାପ କରିଆସୁଥିବା କୌଳିକ ବୃତ୍ତିକୁ ପେଷାକରି ଚଳିଆସୁଥିଲେ। ପୂର୍ବରୁ ହାତ ତିଆରି ଜିନିଷର ଆଦର ଥିଲା। ମେଳା ମଉଛ ବାହାଘର ବ୍ରତଘର ଆଦି ପର୍ବପର୍ବାଣୀରେ ଭଲ କାରବାର ହେଉଥିଲା ଏସବୁ ଜିନିଷର। ଏମିତିକି ଦୂର ସହରରୁ ବେପାରି ଆସି ଚଢାଦରରେ ନେଉଥିଲେ। କିନ୍ତୁ ସମୟ ବଦଳିଛି ଏହି ହାତ ତିଆରି ଜିନିଷର ଚାହିଦା କମି ଚାଲିଛି। ମିଳୁନି ଉପଯୁକ୍ତ ପାରିଶ୍ରମିକ। କଞ୍ଚା ମାଲର ଅଭାବ ରହିଛି। ଦୁଃଖ, କଷ୍ଟରେ କଟୁଛି କାରିଗରଙ୍କ ପରିବାର। ତଥାପି ଛାଡ଼ି ନାହାନ୍ତି ଏହି ବୃତ୍ତିକୁ।
ଏଭଳି ସଙ୍ଗୀନ ଦୃଶ୍ୟ ଦେଖିବାକୁ ମିଳିଛି ହାଟଡିହୀ ବ୍ଲକରେ। ହାଟଡିହୀ ବ୍ଲକର ବିଶେଷ କରି ହାଟଡିହୀ ଗାଁର ଡମ ସାହିର ଲୋକମାନେ ନିଜର କୌଳିକ ବୃତ୍ତିରେ ବାଉଁଶ ରୁ ବିଭିନ୍ନ ପ୍ରକାର ଜିନିଷ ଡାଲା, କୁଲା, ପାଛିଆ, ନାଳିଆ, ଖଇଚଲା, ଝୁଡି, ବିଞ୍ଚଣା, ଅନ୍ଧୁଲି, ଟୋକୁଲି ଆଦି ଘର ଉପକରଣ ତିଆରି କରି ଜୀବିକା ନିର୍ବାହ କରିଆସୁଥିଲେ। ସେହିପରି କୁମ୍ଭାର ସାହିର ଲୋକେ ମାଟି ତିଆରି କଳସୀ, ହାଣ୍ଡି, ସୁରେଇ, ପଲମ, ଠେକି, କୁମ୍ପି ଆଦି ଜିନିଷମାନ ନିଜ ଜ୍ଞାନ କୌଶଳରେ ତିଆରି କରି ବେଶ ଦିପଇସା ରୋଜଗାର କରି ଆସୁଥିଲେ ା ଗୋପ ଘୁସୁରିଆ ସାହିରେ ଖଜୁରୀ ପତ୍ରରୁ ପଟିଆ, ଛାଞ୍ଚୁଣୀ, ଚଟେଇ ଓ ତାଳ ପତ୍ରରୁ ପଖିଆ, ଆସନ ତିଆରି କରି ଚଳୁଥିଲେ। କିନ୍ତୁ ସମୟ ବଦଳିଛି ପ୍ଲାଷ୍ଟିକ ବଜାରକୁ ଆସିବାପରେ ଏଗୁଡିକର ଚାହିଦା କମିଛି। କମ୍ପାନୀ ମାନେ ଏସବୁ ଜିନିଷ ପ୍ଲାଷ୍ଟିକରେ ତିଆରି କରି ଶସ୍ତାରେ ବିକ୍ରି କରୁଥିବାରୁ ହାତ ତିଆରି ଜିନିଷର ଆଦର କମୁଛି। ଏଣୁ ବୁଡିବାକୁ ବସିଲାଣି କାରୀଗରଙ୍କର କୌଳିକ ବୃତ୍ତି ମିଳୁନି ସରକାରୀ ପ୍ରୋତ୍ସାହନ ଓ ସୁବିଧାରେ ମିଳୁନି କଂଚାମାଲ। ପରିବାର ଚଳାଇବାକୁ ଏମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି। ଅନିଶ୍ଚିତତା ମଧ୍ୟରେ ରହିଯାଇଛି ଶହଶହ ପରିବାରର ଜୀବିକା। ସେଥିଲାଗି ବାହାରକୁ ଦାଦନ ଖଟିବାକୁ କାରିଗରମାନେ ଯିବାକୁ ସଜ ହେଲେଣି। ଏମାନଙ୍କୁ ସରକାରୀ ସହାୟତା ମିଳୁ ନ ଥିବାରୁ ପୁରୁଣା କୌଳିକ ବୃତ୍ତି ଆଗକୁ ହରାଇବାକୁ ପଡ଼ିବ ବୋଲି ସଧାରଣରେ କୁହାଯାଉଛଇ। ତୁରନ୍ତ ସରକାର ଏମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇ ଆବଶ୍ୟକୀୟ ଭିତିଭୂମି ସୃଷ୍ଟିକରିବା ସଙ୍ଗେସଙ୍ଗେ ଉପଯୁକ୍ତ ପ୍ରୋତ୍ସାହନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri