କ୍ବାରାଣ୍ଟାଇନ୍‌ ଛାଡ଼ି ବାହାରେ ବୁଲୁଛନ୍ତି ପ୍ରବାସୀ

ପୁରୀ ଅଫିସ,୧୨ା୫: ମହାମାରୀ କରୋନା ରାଜ୍ୟରେ ଭୟଙ୍କର ରୂପ ଧାରଣ କଲାଣି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଗଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ଏବେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜୋର୍‌ ଧରିଥିବାବେଳେ ସରକାର କେତେକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ଏହାକୁ ସମସ୍ତେ ମାନିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ କେତେଜଣ ପ୍ରବାସୀ ଗାଇଡ଼ଲାଇନକୁ ଆଦୌ ମାନୁନାହାନ୍ତି। ସେମାନେ କ୍ବାରାଣ୍ଟାଇନରେ ରହୁଥିଲେ ମଧ୍ୟ ଅଧିକାଂଶ ସମୟ ବାହାରେ ବୁଲୁଛନ୍ତି। ସେମାନଙ୍କ ପାଇଁ ସଂକ୍ରମଣ ବଢିପାରେ ବୋଲି ପୁରୀ ସହରବାସୀ ଆଶଙ୍କା କରି ଭୟଭୀତ ହୋଇପଡ଼ିିଛନ୍ତି। ତେଣୁ ସହର ବାହାରେ କ୍ବାରାଣ୍ଟାଇନ ସେଣ୍ଟର କରିବା ଲାଗି ଦାବି କରିଛନ୍ତି। ଅନ୍ୟପକ୍ଷେ ପ୍ରବାସୀ ବାହାରେ ବୁଲିବା ଘଟଣାକୁ ସେଣ୍ଟରର ନୋଡାଲ ଅଫିସର ଅସ୍ବୀକାର କରିଛନ୍ତି।
ଦୀର୍ଘ ୩୭ ଦିନ ପରେ ରବିବାର ପୁରୀ ସହରରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସହରବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ବି ଅନେକେ ଚିନ୍ତାରେ ପଡ଼ିିଛନ୍ତି। ପ୍ରବାସୀମାନଙ୍କ ଲାଗି ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ କ୍ବାରାଣ୍ଟାଇନ ସେଣ୍ଟର ବାହାରକୁ ଆସି ଦୋକାନ ବଜାରରେ ବୁଲୁଥିବା ଶୁଣିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ମୋଚିସାହି କଲ୍ୟାଣମଣ୍ଡପରେ କ୍ବାରାଣ୍ଟାଇନ ସେଣ୍ଟର ହୋଇଛି। ଏଠାରେ ପ୍ରାୟ ୧୦୦ ଜଣଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୩୬ଜଣ ସଙ୍ଗରୋଧ ଭାବେ ରହୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ମୋଚିସାହି ବଜାରରେ ବୁଲୁଥିବା ଦୋଳମଣ୍ଡପ ସାହିବାସିନ୍ଦା ଆଡଭୋକେଟ ଜ୍ୟୋତିପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେ ମତ ରଖିଛନ୍ତି। କେବଳ ଜ୍ୟୋତି ପ୍ରକାଶ ନୁହଁନ୍ତି ପିସିସି ମୁଖପାତ୍ର ବିନାୟକ ଦାସମହାପାତ୍ର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସହର ଭିତରେ କ୍ବାରାଣ୍ଟାଇନ ସେଣ୍ଟର ନ କରି ସହର ବାହାରେ ଏହା କରିବା ଉଚିତ୍‌ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି। ତେବେ ଏଭଳି ଅଭିଯୋଗ ସଂକ୍ରାନ୍ତରେ ଏହି ସେଣ୍ଟରର ନୋଡାଲ ଅଫିସର ଇଞ୍ଜିନିୟର ପ୍ରମୋଦ କୁମାର ଭୋଇଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିଥିଲେ। ସେଣ୍ଟର ପଛପଟେ ଉଚ୍ଚ ପାଚେରି ଥିବାବଳେ ସମ୍ମୁଖ ଭାଗ ଗେଟ୍‌ରେ ତାଲା ପଡ଼ୁଛି। ଏଠାରେ ସୁରକ୍ଷା କର୍ମୀ ଜଗି ରହୁଛନ୍ତି। ତେଣୁ କେହି ବାହାରକୁ ଯିବାର ସୁଯୋଗ ନାହିଁ ବୋଲି ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୧: ରାଜ୍ୟକୁ ଭାରତରେ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ...

ରାଇକିଆ ଭାଜପା ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା: କହିଲେ ଭାଜପା ଭରସା କରିଥିବାରୁ …

ରାଇକିଆ,୬।୧(ପ୍ରଦିପ ବେହେରା):କନ୍ଧମାଳ ଜିଲା ରାଇକିଆ ଭାଜପାର ୧୭ ନମ୍ବର ଜୋନ୍‌ର ମଣ୍ଡଳ ସଭାପତି ଭାବେ ସନ୍ତୋଷ ପାତ୍ରଙ୍କୁ ମନୋନୀତ କରାଯାଇଅଛି । ରାଜ୍ୟ ଭାଜପା ତରଫରୁ...

ପ୍ରୟାଗରାଜକୁ ସିଧାସଳଖ ଚଳାଯାଉ ଭଲ୍‌ଭୋ ବସ୍‌: ପରିବହନ ମନ୍ତ୍ରୀଙ୍କୁ …

ନୂଆପଡ଼ା,୬ା୧(ମକାରୁ ବେମାଲ): ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି...

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

କୋରାପୁଟ,୬ା୧(ଅମିତାଭ ବେହେରା): କୋରାପୁଟ ସହରର ଓଏମ୍‌ପି ମୁଖ୍ୟ ଗେଟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌-ବାଇକ୍‌ ମୁହଁାମୁହିଁ ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ...

ଦୀର୍ଘଦିନ ବ୍ୟବଧାନ ପରେ ଗ୍ରୀନବାଡ଼ିରେ ଅବକାରୀ ବିଭାଗର ଚଢ଼ାଉ:ମିଳିଲା…

ଦାରିଙ୍ଗବାଡି,୬।୧(ଅରୁଣ ସାହୁ): ଦୀର୍ଘଦିନ ବ୍ୟବଧାନ ପରେ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗ୍ରୀନବାଡି ପଞ୍ଚାୟତ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚୋରାମଦ କାରବାର ନେଇ ଅବକାରୀ ବିଭାଗ...

ଜୀବନ ଜ୍ୟୋତି କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

ରାଇକିଆ,୬।୧(ପ୍ରଦୀପ ବେହେରା ): କନ୍ଧମାଳ ଜିଲା ରାଇକିଆ ଜୀବନ ଜ୍ୟୋତି କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଆତ୍ମସୁରକ୍ଷା ତାଲିମ ଜାନୁଆରୀ...

୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ…

ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ...

ମଣ୍ଡିରେ ମାଣ୍ଡିଆ ବିକନ୍ତୁ ଚାଷୀ

କର୍ଲାମୁଣ୍ଡା୬।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଓଡ଼ିଶା ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ସଚେତନ କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri