କ୍ବାରାଣ୍ଟାଇନ୍‌ ପୂର୍ବରୁ ଯୋଗଦେବାକୁ ନିର୍ଦ୍ଦେଶନାମାକୁ ଆୟୁଷ ଡାକ୍ତରଙ୍କ ବିରୋଧ

ବ୍ରହ୍ମପୁର ଅଫିସ, ୩୧ା୫- କୋଭଡ୍‌ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରଙ୍କୁ କରାଣ୍ଟାଇନ୍‌ ସମୟ ଅବଧି ସରିବା ପୂର୍ବରୁ ପୁନଃ କୋଭିଡ୍‌ ଡ୍ୟୁଟିରେ ଯୋଗଦେବା ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ନିକଟରୁ ନିର୍ଦ୍ଦେଶ ଦିଆଯାଇଛି। ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ କୋଭିଡ୍‌ କେୟାର ସେଣ୍ଟରରୁ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରମାନେ ଏଭଳି ଅଭିଯୋଗ କରିଛନ୍ତି। ଶନିବାର ସିଡିଏମ୍‌ପିଏଚ୍‌ଓଙ୍କୁ ସାକ୍ଷାତ୍‌ କରିବା ସହ କ୍ବାରାଣ୍ଟାଇନ୍‌ ଅବଧି ହେବା ଶେଷ ପରେ କାର୍ଯ୍ୟରେ ଯୋଗଦେବାକୁ କହିିଛନ୍ତି। ସୂଚନାପ୍ରକାରେ, ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥି କଲେଜ କୋଭିଡ୍‌ କେୟାର ସେଣ୍ଟରରୁ ୬ ଆୟୁଷ ଡାକ୍ତର ଗତ ୧୮ତାରିଖରେ ଡ୍ୟୁଟିସାରି ଫେରିଥିଲେ। ସେହିପରି ପାରଳା ମହାରାଜା ଇଞ୍ଜିନିୟରିଂ ସ୍କୁଲ କୋଭିଡ୍‌ କେୟାର ସେଣ୍ଟରରୁ ୯ ଆୟୁଷ ଡାକ୍ତର ଗତ ୨୬ତାରିଖରେ ଡ୍ୟୁଟିରୁ ଫେରିଥିଲେ। ସମସ୍ତଙ୍କୁ ଘରେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିଲା। କିନ୍ତୁ କ୍ୱାରାଣ୍ଟାଇନ୍‌ ଅବଧି ସରିବା ପୂର୍ବରୁ ସମସ୍ତଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବାକୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଅବଧି ପୂର୍ବରୁ ପୁନଃ କାର୍ଯ୍ୟରେ ଯୋଗଦେଲେ ସଂକ୍ରମଣ ଆଶଙ୍କା ରହୁଥିବା ସେମାନେ କହିଛନ୍ତି। ଅବଧି ଶେଷ ପରେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶନାମା ଜାରି କରିବା ନେଇ ଡାକ୍ତରମାନେ ସିଡିଏମ୍‌ପିଏଚଓଙ୍କୁ ନିବେଦନ କରିଛନ୍ତି।
ଏହାବ୍ୟତୀତ ଏପ୍ରିଲ ୬ ରୁ କୋଭିଡ୍‌ କାର୍ଯ୍ୟରେ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ପରେ ଜିଲାରେ ଥିବା ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାଳୟ ବନ୍ଦ ହୋଇଛି। ଖୁବଶୀଘ୍ର ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାଳୟକୁ ଖୋଲିବାକୁ ପଦକ୍ଷେପ ନେବାକୁ ଡାକ୍ତରମାନେ ଦାବି କରିଛନ୍ତି। ଏନେଇ ସିଡିଏମ୍‌ପିଏଚଓ ଡା. ଉମାଶଙ୍କର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆୟୁଷ ଡାକ୍ତରଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଡା. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାଭାବିକ ସ୍ଥିତି: ଦିନରେ ତାତି, ରାତିରେ କାକର

ଧରାକୋଟ,୧୧ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ ଉପରେ ରହୁଛି। ହେଲେ ଗଞ୍ଜାମ ଜିଲାର ଧରାକୋଟ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଥାନାରେ ଏତଲା ଦେଲେ ଯୁବତୀ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀ ଏତଲା ଦେଇଛନ୍ତି।...

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ...

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri