କ୍ରେଡିଟ୍‌ ରେଟିଂ ନକରାତ୍ମକ ଦର୍ଶାଇଲା ମୁଡିସ୍‌

ନୂଆଦିଲ୍ଲୀ,୯-୧୧: ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଦେଶକୁ ଆଉ ଏକ ଝଟକା ଲାଗିଛି। ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଭାରତର କ୍ରେଡିଟ୍‌ ରେଟିଂ ଆଉଟଲୁକକୁ ନକରାତ୍ମକ ଦର୍ଶାଇଥିବା ଜଣାପଡିଛି। ସରକାର ଅର୍ଥୀକ ଦୁର୍ବଳାବସ୍ଥାକୁ ଠିକ୍‌ କରିବା ଦିଗରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହାନ୍ତି। ଅଭିବୃଦ୍ଧି ନିମ୍ନରେ ରହିଥିବାରୁ ଭାରତ ଲାଗି ବିପଦ ବଢୁଥିବା ଏହି ରେଟିଂ କହିଛି। ଏହି ସମୟରେ ଭାରତର ବିଦେଶୀ ମୁଦ୍ରା ରେଟିଂକୁ ବିଏଏ୨ ରଖାଯାଇଛି। ଏହା ଦ୍ୱିତୀୟ ସର୍ବନିମ୍ନ ନିବେଶ ଗ୍ରେଡ୍‌ ସ୍କୋର। ମାର୍ଚ୍ଚ ୨୦୨୦ ଯାଏ ଭାରତର ବିତ୍ତୀୟ ନିୟଣ୍ଟ ମୋଟ୍‌ ଜିଡ଼ିପିର ୩.୭% ସ୍ତର ଛୁଇଁବ ବୋଲି ଏହା ଆକଳନ କରିଛି। ଦେଶର ବିତ୍ତିୟ ନିଅଣ୍ଟ ୩.୩% ସ୍ତରରେ ରହିବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଘରୋଇ ବଜାରର ଜିଡିପି ଅଭିବୃଦ୍ଧି ଧୀମା ରହିଥିବା ବେଳେ ସରକାର ଗ୍ରହଣ କରିଥିବା କର୍ପୋରେଟ ଟିକସ ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗ ଯୋଗୁ ରାଜସ୍ବ କମୁଥିବା କୁହାଯାଉଛି।
ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାରୀ ପଦକ୍ଷେପ ଏବଂ ନୀତି ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ଏହା ଭାରତ ଉପରେ ଋଣ ବୋଝ ଆହୁରି ବଢାଇବ। ସରକାରଙ୍କ ଉପରେ ଏବେ ଋଣ ବୋଝ ରହିଥିବା ବେଳେ ସ୍ଥିତି ବିଗିଡିବ ବୋଲି ମୁଡିସ୍‌ ଏହାର ପୂର୍ବାନୁମାନରେ କହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୫% ସ୍ତରରେ ରହିଛି। ୨୦୧୩ ପରଠାରୁ ଏହା ସବୁଠାରୁ ସର୍ବନିମ୍ନ ସ୍ତର। ବିଶ୍ୱସ୍ତର ମାନ୍ଦାବସ୍ଥା ଯୋଗୁ ସରକାରଙ୍କ ନିବେଶ କମିଛି। ସେହିଭଳି ଚାହିଦା କମିବା ଯୋଗୁ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ହୋଇଥିବାରୁ ବଜାର ବିଶେଷଜ୍ଞମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କରୁଛନ୍ତି। ଅଣବ୍ୟାଙ୍କି ବିତ୍ତ ପ୍ରତିଷ୍ଠାନଗୁଡିକରେ ସଙ୍କଟ ଯୋଗୁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ପୂର୍ବାନୁମାନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହାବାଦ ମାନ୍ଦାବସ୍ଥା ପ୍ରଭାବ ଏବେ ଖୁଚୁରା ବ୍ୟବସାୟ, କାର୍‌ ନିର୍ମାଣକାରୀ, ରିୟଲ ଇଷ୍ଟେଟ ଏବଂ ଲଘୁ ଉଦ୍ୟୋଗ ଉପରେ ପଡିଛି। ବର୍ତ୍ତମାନ ଫିଚ୍‌ ଏବଂ ଏସ୍‌ ଆଣ୍ଡ ପି ଭଳି ଅନ୍ତର୍ଜାତୀୟ ଏଜେନ୍ସିଗୁଡିକ ଭାରତର ଆଉଟଲୁକ ରେଟିଂକୁ ଷ୍ଟେବଲ(ସ୍ଥିର) ବୋଲି କହିଛନ୍ତି।

ମୌଳିକ ଢାଞ୍ଚା ଦୃଢ ଥିବା କହିଲେ ସରକାର
ମୁଡିସର ଏହି ରେଟିଂକୁ ନେଇ ସରକାର ପ୍ରତିକ୍ରିୟା ରଖିଛନ୍ତି। ଦେଶର ମୌଳିକ ଢାଞ୍ଚା ସୁଦୃଢ ରହିଥିବା ସରକାର କହିଛନ୍ତି। ଦେଶରେ ସଂସ୍କାର ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଦ୍ୱାରା ନିବେଶ ବଢିବ ବୋଲି ସରକାର ଆଶାବାଦୀ ଅଛନ୍ତି। ଏହି ରେଟିଂ ଦ୍ୱାରା ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆର୍ଥତ୍କ ତଥା ଅନ୍ୟାନ୍ୟ କ୍ଷେତ୍ର ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏହା ଅର୍ଥନୀତିକୁ ଦୃଢ କରିବାରେ ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶ ମଧ୍ୟରେ ମୁଦ୍ରାସ୍ଫୀତି ଏବେ ନିୟନ୍ତ୍ରଣ ସ୍ଥିତିରେ ରହିଛି। ଏହା ଦ୍ୱାରା ସ୍ବଳ୍ପ ତଥା ମଧ୍ୟମ ସମୟ ଲାଗି ଅଭିବୃଦ୍ଧି ସମ୍ଭାବନା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri