ବେଙ୍ଗାଲୁରୁ, ୨୪।୭: ଦୁଇ ସପ୍ତାହରେ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ସରକାର ଭାଜପା ପାଖରୁ ପରାଜୟ ବରଣ କରିଛି। କୁମାରସ୍ବାମୀ କ୍ଷମତାଚ୍ୟୁତ ହେବା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିବ। ଗତ ୧୪ ମାସ କାର୍ଯ୍ୟକାଳରେ ସହଯୋଗ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି କୁମାରସ୍ବାମୀ। ସୂଚନାଯୋଗ୍ୟ, ମଙ୍ଗଳବାର କର୍ନାଟକ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ଜେଡିଏସ-କଂଗ୍ରେସ ମେଣ୍ଟକୁ ୯୯ ଓ ବିଜେପିକୁ ୧୦୫ ଜଣ ବିଧାୟକ ସମର୍ଥନ କରିଥିଲେ।