ଗଞ୍ଜାମ, ୩।୩(ଡି.ଏନ୍.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ବଡ ବଜାର ଓ ସାନ ବଜାରରେ କ୍ୟାବିନ ଓ ଉଠା ଦୋକାନୀମାନେ ଦୀର୍ଘବର୍ଷ ହେବ ନିଜର ବ୍ୟବସାୟ କରିଆସୁଛନ୍ତି l କିନ୍ତୁ ପ୍ରଶାସନ ପକ୍ଷରୁ ଅନେକ ସମୟରେ ବିଭିନ୍ନ କାରଣନେଇ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି l ଏ ନେଇ ବଣିକ ସଂଘ ମଙ୍ଗଳବାର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟିଛନ୍ତି।
ପ୍ରକାଶ ଯେ, ଏନ୍ଏସି ଏବଂ ତହସିଲଦାର ସକାଳ ଭ୍ରମଣରେ ଯାଇଥିବା ବେଳେ ବଡ଼ବଜାରସ୍ଥିତ ଏକ ଜଳଖିଆ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ଜରିମାନା କରିଥିଲେ। ଏହାକୁ ବଣିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିବା ବେଳେ ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି, ସମ୍ପାଦକ କାଁହୁ ଚରଣ ପଣ୍ଡା, ବିଶୁ ମହାଙ୍କୁଡ, ଲୋକନାଥ ପଣ୍ଡା, ସୁବାସ ଗୁପ୍ତା, ସୁନା ପଟ୍ଟନାୟକ, ଜି ରାମ ଦାସ ରେଡି, ଶଙ୍କର ସାହୁ, କାଳୁ ବାରିକଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ l