କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ, ସେଥିରୁ ମୁକୁଳି, ପୁଣି ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ଭଳି ଏକ ଉଦାହରଣ ଦେଖିବା ପରେ ଆପଣ ହୁଏତ କହିବେ, “ସତରେ ଜୀବନରେ କିଛି ଅସାଧ୍ୟ ନୁହେଁ।” ୩୭ ବର୍ଷୀୟା ଆମେରିକୀୟ ମହିଳା ସାରା ଥୋମସ୍‌ ଇଂଲିଶ୍‌ ଚ୍ୟାନେଲକୁ ଲଗାତର ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସାରା ଗତ ରବିବାର ସକାଳୁ ଏହି ଲକ୍ଷ୍ୟ ସହ ପହଁରା ଆରମ୍ଭ କରିଥିବାବେଳେ ୫୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନେଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଅଲ୍‌ଟ୍ରା ମାରାଥନ୍‌ ସ୍ବିମର୍‌ ସାରା ଥୋମସ୍‌ ସ୍ତନ କର୍କଟରେ ପୀଡିତ ଥିଲେ ଓ ଗତବର୍ଷ ଅର୍ଥାତ ୨୦୧୮ରେ ତାଙ୍କ ଚିକିତ୍ସା ଶେଷ ହୋଇଛି। ସାରା ନିଜର ଏହି ବିଜୟକୁ କର୍କଟ ରୋଗରୁ ମୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି।
ସାରା ପ୍ରଥମ ବ୍ୟକ୍ତି ଭାବେ ଇଂଲିଶ୍‌ ଚ୍ୟାନେଲ୍‌କୁ କ୍ରମାଗତ ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିଜର ଅନ୍ତିମ ରାଉଣ୍ଡ ଶେଷ କରୁଥିବା ସମୟରେ ଏକ ବିରାଟ ବଡ଼ ଜୁଆର ତାଙ୍କ ଉପରକୁ ମାଡ଼ି ଆସି ପଛକୁ ଫିଙ୍ଗି ଦେଇଥିଲା, କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ସେ ଏହି ଚ୍ୟାଲେଞ୍ଜ ପୂରଣ କରିଥିଲେ। ଏଭଳି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପରେ ସାରା କହିଛନ୍ତି, “ଆମେ ସତରେ ଏହା ସମ୍ପୂର୍ଣ୍ଣ କରିପାରିଛୁ ବୋଲି ମୁଁ ବିଶ୍ୱାସ କରିପାରୁନି। ଲୁଣିଆ ପାଣି କାରଣରୁ ଏହି ଯାତ୍ରା ଆହୁରି କଷ୍ଟଦାୟକ ଥିଲା। ଅନେକ ଲୋକ ମୋତେ ଦେଖା କରିବାକୁ ବେଳାଭୂମି ନିକଟକୁ ଆସିଥିଲେ, ମୋତେ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ଥିବା ମୁଁ ଅନୁଭବ କରିିଥିଲି। ” ପ୍ରକାଶ ଥାଉ କି, ପୂର୍ବରୁ କେବଳ ୪ଜଣ ସ୍ବିମର୍‌ ବିଶାଳ ଇଂଲିଶ୍‌ ଚ୍ୟାନେଲକୁ କ୍ରମାଗତ ତିନିଥର ପହଁରି ସାରିଛନ୍ତି। ତେବେ କ୍ରମାଗତ ୪ ଥର ପହଁରି ପ୍ରଥମ ବ୍ୟକ୍ତି ଭାବେ ସାରା ଥୋମସ୍‌ ଏହି ରେକର୍ଡ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ତାଲିବାନର କାଉଣ୍ଟର ଆଟାକ୍‌

କାବୁଲ,୨୮।୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଆଫଗାନିସ୍ତାନ ଉପରେ ପାକିସ୍ତାନ କ୍ରମାଗତ ଭାବେ ଏୟାର ଷ୍ଟ୍ରାଇକ କରୁଛି, ଯେଉଁଥିପାଇଁ ଉଭୟଙ୍କ...

କ୍ଷମା ମାଗିଲେ ପୁଟିନ୍‌

ମସ୍କୋ,୨୮ା୧୨: ବିମାନ ଦୁର୍ଘଟଣା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଶନିବାର ତାଙ୍କ ଆଜରବୈଜାନ ପ୍ରତିପକ୍ଷ ଇଲ୍‌ହାମ ଆଲିୟେଭ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତ ବୁଧବାର ରୁଷିଆ...

କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ

ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି...

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ...

ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ

ଓ୍ବାଶିଂଟନ,୨୮ା୧୨: ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ସମଗ୍ର ବିଶ୍ୱ ହାରାହାରି ଅଧିକ ୪୨ଟି ବିପଜ୍ଜନକ ଉତ୍ତପ୍ତ ଦିନର ଯନ୍ତ୍ରଣା ସହ୍ୟ କରିଛି। ୨୦୨୪...

ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ

ବାକୁ,୨୮ା୧୨: ଅଜେରବୈଜାନର ଏମ୍ବ୍ରାଏର ୧୯୦ ଏୟାରକ୍ରାଫ୍ଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ...

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri