କ୍ୟାନ୍‌ସର: ପ୍ରଥମେ ସଚେତନତା ଆବଶ୍ୟକ

ଭୁବନେଶ୍ୱର, ୨।୨(ବ୍ୟୁରୋ): କର୍କଟ ରୋଗ ବା କ୍ୟାନ୍‌ସର ଅର୍ଥ ମୃତ୍ୟୁ। କ୍ୟାନ୍‌ସର ପୀଡ଼ିତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ସାଧାରଣରେ ଲୋକେ ଭାବିଥାନ୍ତି। ପୁଣି ଅନେକ ସ୍ଥାନରେ କ୍ୟାନ୍‌ସରକୁ ଏକ ଡିଆଁ ରୋଗ ଭାବି ରୋଗୀଙ୍କୁ ବାସନ୍ଦ କରିଦିଆଯାଉଛି। ଏଥି ପାଇଁ ଚିକିତ୍ସା ନୁହେଁ, ପ୍ରଥମେ ସଚେତନତା ନିତାନ୍ତ ଆବଶ୍ୟକ। ଲୋକଙ୍କୁ ରୋଗର କାରଣ ଓ ନିରାକରଣ ବୁଝାଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ଓଡ଼ିଶାରେ କ୍ୟାନ୍‌ସର ସମ୍ପର୍କିତ ସଚେତନତା କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ। ଫେବୃୟାରୀ ୪ରେ ବିଶ୍ବ କର୍କଟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ‘କ୍ୟାନ୍‌ସରକୁ ଜାଣିବା, କ୍ୟାନ୍‌ସରକୁ ଜିଣିବା’ ଅଭିଯାନ। ଶନିବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିଯାନର ଶୁଭାରମ୍ଭ ହୋଇଛି।
ଟିମ୍‌ର ମୁଖ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ବାସ୍ତବରେ କ୍ୟାନ୍‌ସରକୁ ଭଲ ଭାବେ ନ ଜାଣିବା ହିଁ କାଳ ହୋଇଯାଉଛି। କ୍ୟାନ୍‌ସର ସଚେତନତା କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର ଆକଳନ ମୁତାବକ, ଓଡ଼ିଶାରେ ୭୦ରୁ ୮୦% ଲୋକ ଏହି ରୋଗ ସମ୍ବନ୍ଧରେ ସଚେତନ ନୁହନ୍ତି। ଏହି ମହାମାରୀ ରୋଗ ସମ୍ପର୍କରେ ସେମାନଙ୍କ ଯଥେଷ୍ଟ ଧାରଣା, ଭୟ, ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ ସମ୍ପର୍କିତ ଜ୍ଞାନ ନାହିଁ। ଫଳରେ କ୍ୟାନ୍‌ସର ରୋଗ ଚିହ୍ନଟ ବେଳକୁ ଅନେକ ତୃତୀୟ କିମ୍ବା ଚତୁର୍ଥ ସ୍ତରରେ ପହଞ୍ଚି ଯାଉଛନ୍ତି। ଏହି ଅଜ୍ଞତା ଯୋଗୁ ଅନେକଙ୍କ ଅକାଳରେ ମୃତ୍ୟୁ ଘଟୁଛି ବୋଲି ସେ କହିଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଏକତ୍ର ହୋଇ ଅଭିଯାନକୁ କିପରି ବ୍ୟାପକ କରିହେବ ସେ ଦିଗରେ ଅନେକ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି। ଗ୍ରାମ୍‌ମେଟ୍‌ ସାମାଜିକ ଅନୁଷ୍ଠାନ ପକ୍ଷରୁ ବୀରେନ ଦାସ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶା ଏ ପର୍ଯ୍ୟନ୍ତ ନ୍ୟାଶନାଲ କ୍ୟାନ୍‌ସର ରେଜିଷ୍ଟ୍ରିର ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଓଡ଼ିଶାରେ କେତେ କର୍କଟ ରୋଗୀ ଅଛନ୍ତି ତାହା ଜଣାପଡ଼ିନାହିଁ। ତେବେ ସାମାଜିକ ଅନୁଷ୍ଠାନର ଆକଳନ ମୁତାବକ, ପ୍ରତିବର୍ଷ ୫୦ ହଜାର ଲୋକ କ୍ୟାନ୍‌ସରର ଶିକାର ହେଉଛନ୍ତି। ଏମାନଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ କେବଳ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଏମ୍ସର ଏକ ବିଭାଗରେ ସରକାରୀ ଭାବେ କ୍ୟାନ୍‌ସର ଚିକିତ୍ସା କରାଯାଉଛି। ଦକ୍ଷ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଅତି କମ୍‌। ଫଳରେ କ୍ୟାନ୍‌ସରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଦାସ କହିଛନ୍ତି।

ମଣିଷ ଶରୀରରେ ନଖ ଓ ଚୁଟିକୁ ଛାଡ଼ିଦେଲେ ବାକି ପ୍ରତିଟି ଅଙ୍ଗରେ କ୍ୟାନ୍‌ସରର ସମ୍ଭାବନା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଭାରତରେ ଯେତେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେଉଛନ୍ତି, ତନ୍ମଧ୍ୟରୁ ୪୦-୫୦% ମୁଖଗହ୍ବର କର୍କଟରେ ଆକ୍ରାନ୍ତ। ତେଣୁ ତମାଖୁ ସେବନ ନିୟନ୍ତ୍ରଣରେ ହିଁ କ୍ୟାନ୍‌ସର ଆକ୍ରାନ୍ତଙ୍କ ସଂଖ୍ୟା ୪୦% କମାଇ ହେବ ବୋଲି ମହମ୍ମଦ ଇମ୍ରାନ ଅଲୀ କହିଛନ୍ତି। ଦ୍ବିତୀୟରେ ରହିଛି ‘ସ୍ତନ କର୍କଟ’। ଏ କ୍ଷେତ୍ରରେ ସବୁଠୁ ବଡ଼ କଥା ହେଉଛି, ଯଦି ଜଣେ ନିଜେ ଚାହିଁବ ତେବେ କିଛିଦିନ ଅନ୍ତରରେ ନିଜ ସ୍ତନରେ କିଛି ଅସ୍ବାଭାବିକ ପରିବର୍ତ୍ତନ, ଗେଟା, ଆବୁ ଥିବା ଅନୁଭବ କରି ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ। ମାତ୍ର ଏ ସମ୍ବନ୍ଧରେ ଯଥେଷ୍ଟ ସଚେତନତା ସୃଷ୍ଟି ହେଉନାହିଁି ବୋଲି କବିତା ମହାନ୍ତି କହିଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବଡ଼ଗଡ଼ରେ ୬୪% ଚାଷୀ ବିନା ଗ୍ଲୋବ୍‌, ବୁଟ୍‌, ଟାୱେଲ୍‌, ଫୁଲ୍‌ ପ୍ୟାଣ୍ଟ୍‌ ଓ ଫୁଲ୍‌ ସାର୍ଟରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରୁଛନ୍ତି। ତେଣୁ ଏହା ମଧ୍ୟ କ୍ୟାନ୍‌ସର ସୃଷ୍ଟି କରିବାରେ ଏକ କାରଣ ସାଜିଛି ବୋଲି ସାମାଜିକକର୍ମୀ ନିତାଇ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଖା ଦାସ, ସୁଶ୍ରୀ ମିଶ୍ର, ଲିଲି ଜେନାମଣି, ଡ. ମମତା ଦାସ ପ୍ରମୁଖ ଉପସ୍ଥିତ ରହି କର୍କଟକୁ ଜାଣିବା ଓ ଜିଣିବା ପାଇଁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri