ଶେରଗଡ଼,୩୦ା୪(ଡି.ଏନ୍.ଏ.)- ଶେରଗଡ଼ ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ପ୍ରଥମ କରି ୧୧୪ଜଣ ସୁରଟ ଫେରନ୍ତାଙ୍କୁ ରଖାଯିବ। ଏନେଇ ଆଦର୍ଶ ବିଦ୍ୟାଳୟରେ ସମସ୍ତ ପ୍ରସ୍ତୁତ ସରିଛି। ଛାତ୍ରୀ ନିବାସ କୋଠାରେ ସେମାନେ ୧୪ ଦିନ ରହିବେ। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ଼. ଦୟାସିନ୍ଧୁ ପରିଡାଙ୍କ ଅଧକ୍ଷତାରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କେନ୍ଦ୍ରରେ ୧୪ ଦିନ କୋଭିଡ୍ ଯୋଦ୍ଧା ଭାବେ କାମ କରିବେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଓ ଆଶା, ସ୍ବେଚ୍ଛାସେବୀ, ଆଦର୍ଶ ବିଦ୍ୟାଳୟର କର୍ମଚାରୀ। ସେମାନଙ୍କୁ ଆଇସୋଲେଶନ ସେଣ୍ଟର ପରିଚାଳନା ନେଇ ତାଲିମ ଦିଆଯାଇଛି। କେନ୍ଦ୍ରରେ ରହିବାକୁ ଥିବା କର୍ମଚାରୀଙ୍କ କିପରି ଯତ୍ନ ନିଆଯିବ ସେ ନେଇ ତାଲିମ ପ୍ରଦାନ କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର ପରିଚ୍ଛନତା ଓ ମାସ୍କ ବ୍ୟବହାର ସହ ସତର୍କ ରହିବା ଜରୁରୀ ବୋଲି ତାଲିମ ବେଳେ କୁହାଯାଇଥିଲା।