କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟଣା: କିଛି ଔଷଧ ଖାଉଥିବାରୁ ଲକ୍ଷଣ ଦେଖାଯାଉ ନ ଥିଲା

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତସ୍ଥିତ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ ଘଟିଥିବା ରବିବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନଭୋଜନ ଖାଉଥିବାବେଳେ ହଠାତ୍‌ ସେ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କିଛି ଅନ୍ୟ ଔଷଧ ଖାଉଥିବାରୁ ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଉ ନ ଥିଲା । ତେବେ ଏହା ଏକ ଦୁଃଖଦ ମୃତ୍ୟୁ ବୋଲି ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି । ତେବେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ତଥ୍ୟ ଦିଆଯିବ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବରୁ କରୋନା ଟେଷ୍ଟିଂ ହେବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା।
ପ୍ରକାଶଯୋଗ୍ୟ, ତାଙ୍କ ସହ ୬୯ ଜଣ ସୁରଟରୁ ଆସି ବୁଧବାର ଉକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୭ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅନୁଷ୍ଠିତ

ଥୁଆମୂଳ ରାମପୁର,୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ବାବା ଖଣ୍ଡୁଆଳ ପଡିଆ ଠାରେ ମଙ୍ଗଳବାର କଳାହାଣ୍ଡି ଜିଲାର ଗର୍ବ ଓ ଗୌରବ,...

 କାହିଁକି  ଆଶାକର୍ମୀ ଡାଳିମ୍ବ  ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ 

ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ  ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ...

ଇନ୍ଦ୍ରାବତୀରୁ ରବିଚାଷ ପାଇଁ କେନାଲରେ ଛଡ଼ାଗଲା ପାଣି

ଜୟପାଟଣା,୭।୧(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଇନ୍ଦ୍ରାବତୀ ମଙ୍ଗଳପୁର ହାତୀ ବ୍ୟାରେଜରୁ ଚଳିତ ରବିଚାଷ  ପାଇଁ କେନାଲରେ ପାଣି ଛଡ଼ାଯାଇଛି। ଏଥିରେ ବାମ...

ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଲା ଟ୍ରକ

ବାରିପଦା,୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜାତୀୟ ରାଜପଥରେ ବାଇକକୁ ଧକ୍କା ଦେଇ ଟ୍ରକ ଜଳିଯାଇଛି। ତେବେ ଅଳ୍ପକେ ଗାଡି ଚାଳକ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ୧୮ର...

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର

ଛତ୍ରପୁର,୭।୧(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ...

ଟ୍ରକ୍‌ ଡ୍ରାଇଭର କହିଲେ କାହିଁକି ୨ ଭାଜପା ନେତାଙ୍କୁ ହତ୍ୟା କରିଥିଲେ 

ସମ୍ବଲପୁର,୭।୧: ଭାଜପା ନେତ୍ରାଙ୍କୁ ହତ୍ୟା ପଛର କାରଣ କହିଲେ ଡ୍ରାଇଭର ପ୍ରସନ୍ନ ଜେନାମଣି। ସେ କହିଛନ୍ତି,  ଭାଜପା ନେତାଙ୍କ କାରକୁ ମୋ ସହ ଝଗଡ଼ା କରିଥବା...

ଆଇଟିବିପିର ଅଦମ୍ୟ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ

ଖୋର୍ଦ୍ଧା,୭।୧(ପ୍ରଭାତ ପାଣିଗ୍ରାହୀ): ଇଣ୍ଡୋ- ତିବ୍ବତ ସୀମା ପୋଲିସ ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ୪୧ବାଟାଲିୟନ କ୍ୟାମ୍ପସରେ ମହାଆଡମ୍ବରରେ ଆୟୋଜିତ ହୋଇଯାଇଛି।...

ଜଗା ଦର୍ଶନ ସୌଭାଗ୍ୟର ଦିନ କହିଲେ ଜୟଶଙ୍କର

ପୁରୀ,୭।୧: ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଜଗାଙ୍କୁ ଦର୍ଶନ ପରେ ଆଜି ବହୁତ ବଡ଼ ସୌଭାଗ୍ୟର ଦିନ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri