ଛତ୍ରପୁର, ୧୧।୫(ଡି.ଏନ୍.ଏ. ): ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଗଞ୍ଜାମ ଜ଼ିଲାକୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ସେଠାରେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ ଅବଧି ସରିବା ପରେ ସେମାନେ ଜଣେ ଜଣେ କୋଭିଡ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ହୋଇ ଲୋକଙ୍କ ସେବା କରିପାରିବେ ବୋଲି ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଟୁଇଟକରି ସୂଚନା ଦେଇଛନ୍ତି। ଏଥିପାଇଁ କ୍ୱାରାଣ୍ଟାଇନ ସେଣ୍ଟରରେ ସେମାନଙ୍କର କୋଭିଡ-୧୯ କ୍ଲାସ ନିଆଯାଉଥିବା ସେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ବ୍ୟାୟାମ, ଯୋଗ, ତା’ପରେ ଜଳଖିଆ, କୋଭିଡ -୧୯ କ୍ଲାସ, ମଧ୍ୟାହ୍ନ ଭୋଜନ, ଚାରାରୋପଣ, ସଫେଇ କାର୍ଯ୍ୟ, ରାତ୍ରି ଭୋଜନ ଏବଂ ପରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏଥିସହ ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଲୋକଙ୍କୁ ଖାଦ୍ୟ ଦିଆଯାଉଥିବା ଜିଲାପାଳ କହିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ, ରାଜ୍ୟ