Posted inଜାତୀୟ

ଖଟ୍ଟର ସରକାରଙ୍କ ବିରୋଧରେ କଂଗ୍ରେସର ଖଣି ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ଼, ୩୦ା୧୧(ପି.ଟି.) : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ପୂର୍ବପାଳି ସରକାରରେ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ଖବରଦାତାଙ୍କୁ ସମ୍ବୋଧନ କରି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁର୍ଜଓ୍ବୋଲା ପ୍ରକାଶ କରିଛନ୍ତି। ରାଜ୍ୟ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବା ବେଳେ ରାଜ୍ୟ ଖଣି ବିଭାଗର ଅନିୟମିତତା ଧରାପଡ଼ିଥିଲା। ୧,୪୭୬ କୋଟି ଟଙ୍କାର କ୍ଷତି ହୋଇଥିବା ସିଏଜି ଧରିଥିଲେ। ତେବେ ଏହି ଦୁର୍ନୀତି ୫ ହଜାର କୋଟିରୁ ଅଧିକ ବୋଲି ସୁର୍ଜଓ୍ବୋଲା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ସିଏଜି ରିପୋର୍ଟରେ ଖଟ୍ଟର ସରକାରଙ୍କ ଖଣି ଠିକାଦାର(ମାଫିଆ)ଙ୍କ ସହ ସମ୍ପର୍କ ସ୍ପଷ୍ଟହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ସରକାର ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହିତ, ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ...

ଉତ୍ତରପ୍ରଦେଶର ୭୬ତମ ଜିଲାର ହେବ ନିଜସ୍ବ FM ଚ୍ୟାନେଲ, ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦ା୧: ପ୍ରୟାଗରାଜ ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ସର୍କିଟ ହାଉସରେ ମହାକୁମ୍ଭ ଅବସରରେ ପ୍ରସାର ଭାରତୀର ଏଫ୍‌ଏମ୍‌ ଚ୍ୟାନେଲ କୁମ୍ଭବାଣୀର ଶୁଭାରମ୍ଭ...

ୟୁପିରେ ହାଜତ ମୃତ୍ୟୁ ଅଭିଯୋଗ: ଭାଇରାଲ ଭିଡିଓ ପୋଷ୍ଟ କରି ଭାଜପାକୁ ଘେରିଲେ ଅଖିଳେଶ

ଲଖ୍‌ମୀପୁର ଖେରି,୧୧।୧: ଉତ୍ତରପ୍ରଦେଶର ଲଖ୍‌ମୀପୁରଖେରି ଅଞ୍ଚଳରେ ପୋଲିସ ବେଆଇନ ମଦ କାରବାର ଅଭିଯୋଗରେ ରାମଚନ୍ଦ୍ର ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ହାଜତରେ...

ପ୍ରାଣଘାତୀ ନୁହେଁ HMPV! ସଂକ୍ରମିତ ହେଲେ କେମିତି ଦୂରେଇବେ ବିଶେଷଜ୍ଞ ଦେଲେ ଟିପ୍ସ

ନୂଆଦିଲ୍ଲୀ,୧୦।୧: ଦେଶର ଅନେକ ରାଜ୍ୟରେ ହ୍ୟୁମାନ ମେଟାପନ୍ୟୁମୋଭାଇରସ (HMPV) ମାମଲା ରିପୋର୍ଟ ହୋଇଛି। ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ତଥାପି, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି...

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଇଣ୍ଡିଆ ଗଠବନ୍ଧନକୁ ବଡ଼ ଝଟକା, କେନ୍ଦ୍ର ସରକାରଙ୍କ ସାମ୍ନାରେ…

ନୂଆଦିଲ୍ଲୀ,୧୦।୧: ଦେଶର ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। କିନ୍ତୁ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖାଦେଇଛି। ଗୋଟିଏ ପରେ ଗୋଟିଏ...

ଏହି ଷ୍ଟକ୍‌ ବ୍ରୋକର୍‌ ନେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର, ଜାତୀୟ ରାଜନୀତିରେ ହଇଚଇ!

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଡକାଷ୍ଟ ଜଗତରେ ପାଦ ଦେଇଛନ୍ତି। ମୋଦି ସମ୍ପ୍ରତି ଉଦ୍ୟୋଗୀ ନିଖିଲ କାମଥଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି। ଏହା ଜେରୋଧାର ସହ-ପ୍ରତିଷ୍ଠାତା...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri